20 ବର୍ଷ ଜେଲଦଣ୍ଡ ସହ 1 ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ

20 ବର୍ଷ ଜେଲଦଣ୍ଡ ସହ 1 ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ

14 ବର୍ଷିୟ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରିବା ଘଟଣାରେ ସମ୍ବଲପୁର ପୋକସୋ କୋର୍ଟ ଜଣେ ଅଭିଯୁକ୍ତ କୁ 20 ବର୍ଷ ଜେଲଦଣ୍ଡ ସହ 1 ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି l ସୁଚନା ଅନୁସାରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅଞ୍ଚଳରେ ଗତ 2021 ମସିହାରେ ପପୁନ ବେହେରା ନାମକ ଅଭିଯୁକ୍ତ ଜଣେ 14 ବର୍ଷିୟ ନାବାଳିକାକୁ ଅପହରଣ କରିବା ସହ ହାଇଦ୍ରାବାଦ କୁ ନେଇ ସେଠାରେ ଏକ କୋଠରୀରେ ବାରମ୍ବାର ଦୁଷ୍କର୍ମ କରିବା ସହ ଶାରୀରିକ ନିର୍ଯାତନା ଦେଇଥିଲା l ତେବେ ନାବାଳିକା ଜଣକ କୌଶଳକ୍ରମେ ନିଜ ପରିବାର କୁ ଯୋଗାଯୋଗ କରିବା ପରେ ପୋଲିସ ନାବାଳିକା କୁ ଉଦ୍ଧାର କରିବା ସହ ଅଭିଯୁକ୍ତ କୁ ପୋଲିସ ଗିରଫ କରିଥିଲା l ତେବେ ଆଜି ଏହି ମାମଲାରେ ସମ୍ବଲପୁର ମାନ୍ୟବର ପୋକସୋ କୋର୍ଟ ବିଚାରପତି ଅଭିଳାଷ ସେନାପତି ଶୁଣାଣି କରି 13 ଜଣଙ୍କ ସାକ୍ଷୀ ବୟାନ ଆଧାରରେ ଅଭିଯୁକ୍ତ କୁ 20 ବର୍ଷ ଜେଲଦଣ୍ଡ ସହ 1 ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି l ଏନେଇ ସରକାରୀ ଓକିଲ ସନ୍ତୋଷ କୁମାର ପଣ୍ଡା ସୂଚନା ଦେଇଛନ୍ତି l