ଦୃଷ୍ଟି ହିନ ଖେଳିବେ ଯୁଡୋ
ରାଜ୍ୟର ପ୍ରଥମ ୫ ପାରା କ୍ରୀଡିବିତ୍ ଜାତୀୟ ପାରା ଜୁଡୋ ଖେଳିବା ପାଇଁ ମନୋନୀତ ହୋଇଛନ୍ତି । ଜନ୍ମରୁ ଦିବ୍ୟାଙ୍ଗ ଏହି ୫ ପାରା ଖେଳାଳୀ ଦୃଷ୍ଟି ହୀନ ହୋଇଥିବା ରୁ ଦେଖି ପାରନ୍ତି ନାହିଁ । କିନ୍ତୁ ସେମାନଙ୍କ ଦୃଢ଼ ଇଛାଶକ୍ତି ବଳରେ ଆଜି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ବ କରିବାକୁ ଯାଉଛନ୍ତି । ଓଡ଼ିଶା ଷ୍ଟେଟ୍ ବ୍ଲାଇଣ୍ଡ ଆଣ୍ଡ ପାରା ଜୁଡୋ ଆସୋସିଏସନ ପକ୍ଷରୁ ପ୍ରଥମ ଥର ଲାଗି ପାରା ଖେଳାଳି ଭାବେ ଲକ୍ଷ୍ନୋ ଠାରେ ଆୟୋଜିତ ଇଣ୍ଡିଆନ୍ ବ୍ଲାଇଣ୍ଡ ଆଣ୍ଡ ଜୁଡୋ ଚମ୍ପିଅନ୍ ସିପ୍ ରେ ଭାଗ ନେବାକୁ ଯାଉଛନ୍ତି । ସେମାନେ ହେଲେ କଳାହାଣ୍ଡି ଜିଲ୍ଲା ରୁ ମୋହନ ସାହୁ, ବାଲେଶ୍ୱର ଜିଲ୍ଲା ରୁ ଗୌତମ ସାହୁ, କେନ୍ଦ୍ରାପଡା ଜିଲ୍ଲା ରୁ ଚନ୍ଦ୍ରକାନ୍ତ ସାହୁ, ଗଞ୍ଜାମ ଜିଲ୍ଲା ରୁ ପ୍ରସାଦ କୁମାର ସ୍ବାଇଁ ଓ କୋରାପୁଟ ଜିଲ୍ଲା ରୁ ଅର୍ଜୁନ ପେଣ୍ଠିଆ । ସମସ୍ତ ୫ ଦିବ୍ୟାଙ୍ଗ ଦୃଷ୍ଟିହୀନ ଯୁବକ ମାନେ ଜିଲ୍ଲା ସ୍ତରରେ ଅନୁଷ୍ଠିତ କେତେକ ଖେଳ ରେ ଅଂଶଗ୍ରହଣ କରିଥିଲେ । କିନ୍ତୁ ପ୍ରଥମ ଥର ପାଇଁ ଜାତୀୟ ସ୍ତରରେ ଆମ ଓଡ଼ିଶା ର ପ୍ରତିନିଧିତ୍ଵ କରିବାର ସୁଯୋଗ ପାଇଥିବାରୁ ସମସ୍ତ ୫ ଖେଳାଳୀ ମାନଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଦେଖାଦେଇଛି । ତେବେ ଏହି ପିଲାମାନଙ୍କୁ ଦିନ ରାତି ଏକ କରି ଜାତୀୟ ସ୍ତରର ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବା ପାଇଁ ପ୍ରଶିକ୍ଷଣ ଦେଇଛନ୍ତି । ଓଡିଶା ବ୍ଲାଇଣ୍ଡ ଆଣ୍ଡ ପାରା ଜୁଡୋ ଆସୋସିଏସନ ର ସମ୍ପାଦିକା ତଥା ଜୁଡୋ କୋଚ୍ ଲୋପାମୁଦ୍ରା ପତି। ପୁର୍ବରୁ ପାରା ଅଲମ୍ପିକ୍ସ ଗେମ୍ ରେ ଏହିପରି ଦୃଷ୍ଟି ହୀନ ୨୪ ବର୍ଷିୟ ଯୁବକ କପିଲ୍ କୁମାର ବ୍ରୋଞ୍ଜ୍ ପଦକ ହାସଲ କରିପାରିଛନ୍ତି ଯାହାକୁ ନେଇ ଅନ୍ୟ ଦୃଷ୍ଟି ହୀନ ଯୁବକମାନଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଦେଖାଯିବା ସହ ଏକ ପ୍ରେରଣା ମଧ୍ୟ ଯୋଗାଇଛି ବୋଲି କହିଛନ୍ତି ଜୁଡୋ କୋଚ୍ ଲୋପାମୁଦ୍ରା ପତି । ତେବେ ଏହି ଜୁଡୋ ଖେଳ ଏକ ସ୍ବତନ୍ତ୍ର ଖେଳ ହୋଇଥିବାରୁ ସମ୍ପୁର୍ଣ୍ଣ ଅନ୍ଧାର ରେ ଖେଳିବା ପରି ନିଜକୁ ବଞ୍ଚାଇବା ସହ ପ୍ରତିପକ୍ଷ ପ୍ରତିଯୋଗୀ କୁ ହରାଇବା ଏହି ଖେଳରେ ମୁଖ୍ୟ ଲକ୍ଷ । ସେଥିପାଇଁ ସମସ୍ତ ପ୍ରକାର କଳା କୌଶଳ ପ୍ରଶିକ୍ଷଣ ନେଇ ଥିବା ବେଳେ ନିଶ୍ଚୟ ଆମ ରାଜ୍ୟ ତଥା ଓଡ଼ିଶା ପାଇଁ ଗୌରବ ଆଣିବୁ ବୋଲି ଦୃଢ ମନୋବଳ ସହକାରେ ପ୍ରକାଶ କରିଛନ୍ତି ଦୃଷ୍ଟିହୀନ ଜୁଡୋ ଖେଳାଳି ।ତେ ବେ ଏହି ଦୃଷ୍ଟିହୀନ ପାରା ଖେଳାଳି ଙ୍କୁ ଆବଶ୍ୟକ ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେବା ସହ ୫ଜଣ ଖେଳାଳି ଙ୍କ ପାଇଁ ଜୁଡୋ ପୋଷାକ ପ୍ରଦାନ କରିବା ସହିତ ସେମାନଙ୍କ ମନୋବଳ ବଢାଇବା ପାଇଁ ଶୁଭ କାମନା କରିଛନ୍ତି ପାରାଦୀପ ବନ୍ଦର ସ୍ପୋଷ୍ଟସ୍ କାଉନ୍ସିଲ୍ ର ସଭାପତି ଡି.ଏନ୍.ସୋନ୍ଧି ।