‘ତାଉତେ’ ଲ୍ୟାଣ୍ଡଫଲ ପରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ୧୮ ଜଣଙ୍କ ମୃତୁ୍ୟ

‘ତାଉତେ’ ଲ୍ୟାଣ୍ଡଫଲ ପରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ୧୮ ଜଣଙ୍କ ମୃତୁ୍ୟ

 ‘ତାଉତେ’ ଲ୍ୟାଣ୍ଡଫଲ ପରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ୧୮ ଜଣଙ୍କ ମୃତୁ୍ୟ
ଅହମ୍ମଦାବାଦ: ଆରବ ସାଗରେ ସୃଷ୍ଟି ହୋଇ ତାଣ୍ଡବ ରଚିଥିବା ବାତ୍ୟା ‘ତାଉତେ’ ଯୋଗୁଁ ୧୮ ଜଣଙ୍କ ଜୀବନ ଯାଇଛି । ଲ୍ୟାଣ୍ଡ ଫଲ ପରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ୧୮ ଜଣଙ୍କ ମୃତୁ୍ୟ ହୋଇଛି । ସୂଚନାଯୋଗ୍ୟଯେ, ବାତ୍ୟା ତାଉତେ ପାଇଁ ଅନେକ କ୍ଷୟକ୍ଷତି ହୋଇଛି । କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ସହ ଗୁଜୁରାଟ ବି କ୍ଷତିଗ୍ରସ୍ତ ହୋଇଛି । ଅପରପକ୍ଷରେ ଆସନ୍ତା ୨୩ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ଟ୍ୱିଟ ଯୋଗେ ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ମାଧବନ ରାଜୀବନ ଟ୍ୱିଟ କରି ସୂଚନା ଦେଇଛନ୍ତି । ସେହିପରି ଆରବସାଗରରେ ସୃଷ୍ଟ ବାତ୍ୟା ‘ତାଉତେ’ର ସଠିକ ଆକଳନ ନେଇ ସେ ପାଣିପାଗ ବିଭାଗକୁ ପ୍ରଶଂସା କରିଛନ୍ତି । କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟିହେବାର ସମ୍ଭାବନା ରହିଛି । ୨୪ କିମ୍ବା ୨୫ ବେଳକୁ ଏହା ହେବ ବୋଲି ସାଇକ୍ଲୋନ ସେଂଟରର ମୁଖ୍ୟ ରାଜେନ୍ଦ୍ର ଜେନା ପ୍ରକାଶ କରିଛନ୍ତି । କିନ୍ତୁ ଏନେଇ ସଠିକ ଭାବେ କିଛି ଆକଳନ କରାଯାଇନାହିଁ । ଏବେ ‘ତାଉତେ’କୁ ନେଇ ଅନୁଶୀଳନ କରାଯାଉଛି । ଆସନ୍ତାକାଲି ବେଳକୁ ଏନେଇ ସୂଚନା ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଏହା ବାତ୍ୟାର ରୂପ ନେବକି ନାହିଁ, ଏହା କେଉଁ ଦିଗରେ ଗତିକରିବ ସେନେଇ ପାଣିପାଗ ବିଭାଗ ଅନୁଶୀଳନ କରୁଛି ।