‘ଓଡ଼ିଶା ସରକାରଙ୍କର ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସଙ୍କ ବିୟୋଗରେ ମୁଁ ମର୍ମାହତ : ନରେନ୍ଦ୍ର ମୋଦୀ

‘ଓଡ଼ିଶା ସରକାରଙ୍କର ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସଙ୍କ ବିୟୋଗରେ ମୁଁ ମର୍ମାହତ : ନରେନ୍ଦ୍ର ମୋଦୀ

 ‘ଓଡ଼ିଶା ସରକାରଙ୍କର ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସଙ୍କ ବିୟୋଗରେ ମୁଁ ମର୍ମାହତ : ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ରବିବାର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ ହୋଇଛି। ତାଙ୍କ ଦେହାନ୍ତରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।  ସେପଟେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଟ୍ବିଟ ଜରିଆରେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ମୋଦୀ ଟ୍ବିଟ କରି ଲେଖିଛନ୍ତି ‘ଓଡ଼ିଶା ସରକାରଙ୍କର ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସଙ୍କ ବିୟୋଗରେ ମୁଁ ମର୍ମାହତ। ଭଗବାନ ତାଙ୍କ ପରିବାରବର୍ଗଙ୍କୁ ଧର୍ୟ୍ୟ ଓ ସାହାସ ଦିଅନ୍ତୁ। ଓଁ ଶାନ୍ତି।’
ଝାରସୁଗୁଡ଼ାରେ ଏକ କାର୍ୟ୍ୟକ୍ରମକୁ ଯୋଗଦେବାକୁ ଯାଇଥିବା ସମୟରେ ଗୁଳିମାଡ଼ରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଛି। ନବ ଦାସଙ୍କୁ ପୋଲିସ ଏଏସଆଇ ଗୋପାଳକୃଷ୍ଣ ଦାସ ଗୁଳିମାଡ଼ କରିଥିଲେ।
ଏହାପରେ ଗୁରୁତର ଅବସ୍ଥାରେ ପ୍ରଥମେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହପରେ ଝାରସୁଗୁଡ଼ାରୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ ପ୍ରକାଶ କରିଛନ୍ତି। ସେ ଟ୍ଵିଟ୍ କରି ଲେଖିଛନ୍ତି ଓଡିଶା ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ୍‌ଙ୍କ ମୃତ୍ୟୁ ଖବର ଶୁଣି ସ୍ତବ୍ଧ ଏବଂ ମର୍ମାମତ। ତାଙ୍କ ପରିବାର ଏବଂ ଶୁଭଚିନ୍ତକଙ୍କ ପ୍ରତି ମୋର ଗଭୀର ସମବେଦନା ରହିଛି।