୨୪ ଘଣ୍ଟାରେ ରାଜ୍ୟରେ ୧୦୨୦ ପଜିଟିଭ୍ ଚିହ୍ନଟ
୨୪ ଘଣ୍ଟାରେ ରାଜ୍ୟରେ ୧୦୨୦ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ପୁଣି ରାଜ୍ୟରେ ଗତ ୧୦୨୦ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୯୭ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୪୨୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ୧୮ ବର୍ଷ ବୟସ ମଧ୍ୟରେ ୧୯୫ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୧୧୩୫ ଜଣ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
୨୭ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୨୫୯ ଜଣ, ଖୋର୍ଦ୍ଧାରୁ ୧୫୮ ଜଣ, ସମ୍ବଲପୁରରୁ ୮୮ ଜଣ, ମୟୂରଭଞ୍ଜରୁ ୭୧ ଜଣ, କଟକରୁ ୫୨ ଜଣ, କଳାହାଣ୍ଡିରୁ ୨୮ ଜଣ, ନୟାଗଡ଼ରୁ ୨୭ ଜଣ, ସୋନୁପରୁ ୨୬ ଜଣ, ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରୁ ୨୫ ଜଣ ଲେଖାଁଏ, ବାଲେଶ୍ବରରୁ ୨୩ ଜଣ, ଝାରସୁଗୁଡ଼ାରୁ ୨୧ ଜଣ, ନବରଙ୍ଗପୁରରୁ ୧୯ ଜଣ, ଭଦ୍ରକ ଓ କନ୍ଧମାଳ ଜିଲ୍ଲାରୁ ୧୭ ଜଣ ଲେଖାଁଏ, କୋରପୁଟରୁ ୧୬ ଜଣ, ଯାଜପୁର ଓ ପୁରୀ ଜିଲ୍ଲାରୁ ୧୪ ଜଣ ଲେଖାଁଏ, ଜଗତସିଂହପୁରରୁ ୧୩ ଜଣ, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ନୂଆପଡ଼ା ଜିଲ୍ଲାରୁ ୧୨ ଜଣ ଲେଖାଁଏ, ବୌଦ୍ଧା ୧୧ ଜଣ,ରାୟଗଡ଼ାରୁ ୯ ଜଣ, ଦେବଗଡ଼ରୁ ୮ ଜଣ, ଗଜପତିରୁ ୭ ଜଣ, ଅନୁଗୁଳରୁ ଜଣେ ଏବଂ ଷ୍ଟେଟ୍ ପୁଲ୍ରୁ ୩୫ ଜଣ ଆକ୍ରାନ୍ତ ରହିଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୧୧୧୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୭୮୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୯୫୧୫୭ ଜଣ ସୁସ୍ଥ ହୋଇଛନ୍ତି ।