ରାଜ୍ୟରେ ଜଣେ ଡବଲ ମୁ୍ୟଟାଣ୍ଟ ଚିହ୍ନଟ

ରାଜ୍ୟରେ ଜଣେ ଡବଲ ମୁ୍ୟଟାଣ୍ଟ ଚିହ୍ନଟ

 ରାଜ୍ୟରେ ଜଣେ ଡବଲ ମୁ୍ୟଟାଣ୍ଟ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଜଣେ ଡବଲ ମୁ୍ୟଟାଣ୍ଟ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏନେଇ ଆଇଏଲଏସ ନିଦେ୍ର୍ଧଶକ ଡକ୍ଟର ଅଜୟ ପରିଡ଼ା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଡିସେମ୍ବରରୁ ଫେବ୍ରୁଆରୀ ମଧ୍ୟରେ ୨୨୦ ସାମ୍ପଲ ଟେଷ୍ଟ କରିଥିଲୁ । ୨୨୦ ସାମ୍ପଲରୁ ଗୋଟିଏ ଡବଲ ମୁ୍ୟଟେସନ ମିଳିଥିଲା । ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଛନ୍ତି, କାହାକୁ ସଂକ୍ରମିତ କରିନାହାନ୍ତି । ଏବେ ରାଜ୍ୟରେ ଆଉ କିଛି ମୁ୍ୟଟାଣ୍ଟ ମିଳିଛି, ଏନ୪୪୦କେ କୁହାଯାଉଛି । ଓଡ଼ିଶାରୁ ୩ଟି ଏନ୪୪୦କେ ମୁ୍ୟଟାଣ୍ଟ ମିଳିଛି, ଛତିଶଗଡ଼ରୁ ବି ୩ଟି ମିଳିଛି । ସେମାନେ ବେଶୀ ମାରାତ୍ମକ ନୁହନ୍ତି କି ସଂକ୍ରାମକ ନୁହନ୍ତି ବୋଲି ଆଇଏଲଏସ ନିଦେ୍ର୍ଧଶକ ଡକ୍ଟର ଅଜୟ ପରିଡ଼ା ସୂଚନା ଦେଇଛନ୍ତି । ପୂର୍ବରୁ ରାଜ୍ୟରେ ୩ୟୁକେ ଷ୍ଟ୍ରେନ ଚିହ୍ନଟ ନେଇ ସେ କହିଥିଲେ ଯେ, ଚିହ୍ନଟ ହୋଇଥିବା ୩ ୟୁକେ ଷ୍ଟ୍ରେନ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ସେମାନେ ଆରୋଗ୍ୟ ହୋଇଥିବାରୁ କାହାକୁ ସଂକ୍ରମିତ କରିନାହାନ୍ତି । ମହାରାଷ୍ଟ୍ର ଓ ପଞ୍ଜାବରେ ଷ୍ଟ୍ରେନର ସଂକ୍ରମଣ ହାର ଅଧିକ ରହିଛି । କିନ୍ତୁ ଓଡ଼ିଶାର ସ୍ଥିତି ଭଲ ରହିଛି । ଆଇଏଲଏସରେ ୨୨୦ ସାମ୍ପଲରୁ ଏନ୪୪୦କେ ଆସିଛି, ଯାହା ମାରାତ୍ମକ ନୁହେଁ । ପୁନଃ ସଂକ୍ରମଣ ହାର ୧:୧ରୁ ୧:୧.୫କୁ ବଢିଛି,ମାରାତ୍ମକ ନୁହେଁ । ପଞ୍ଜାବରେ ୭୦ ପ୍ରତିଶତ ୟୁକେ ଭେରିଏଣ୍ଟ । ଓଡ଼ିଶାର ସ୍ଥିତି ଭଲ ରହିଛି । ତଥାପି ହୋଲି ଭଳି ପର୍ବପର୍ବାଣୀରେ ସତର୍କ ରହିବା ଦରକାର । ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରି ନିୟନ୍ତ୍ରଣ କରାଯାଇ ପାରିବ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଚିହ୍ନଟ ନମୁନାରୁ ଭୟାନକ ସ୍ଥିତି ନାହିଁ । ବର୍ତ୍ତମାନ ନୂଆପଡ଼ା, କନ୍ଧମାଳ ଓ କଳାହାଣ୍ଡିର ନମୁନା ପରୀକ୍ଷା କରୁଛୁ ବୋଲି ଆଇଏଲଏସ ନିଦେ୍ର୍ଧଶକ କହିଥିଲେ ।