ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏମିତି କହିଲେ ଜୟନାରାୟଣ ମିଶ୍ର
ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏମିତି କହିଲେ ଜୟନାରାୟଣ ମିଶ୍ର
ଭୁବନେଶ୍ୱର : ଅମିତ ଶାହ ଓ ଜେପ୍ପି ନଡ୍ଡାଙ୍କୁ ସାକ୍ଷାତ କରିବା ପରେ ବର୍ଷିଛନ୍ତି ଜୟନାରାୟଣ ମିଶ୍ର । ଦିଲ୍ଲୀରୁ ଫେରି ରାଜ୍ୟସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ରାଜନୀତିରେ ଚାଷ ହେଉଥିବା ଥିଓରୀ କହି ୨୪ରେ ଓଡିଶାରେ ଫସଲ କାଟିବୁ । ଏବେ ଆମେ ସାର ଦେଉଛୁ , ୨୪ରେ ଫସଲ ଅମଳ କରିବୁ । ଯେହେତୁ ଫଳ ଧରିନି, ଦେଖାଯାଉନି; ଆମେ ଚାଷ କାମରେ ଲାଗିଛୁ ।
ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏକାଦିନେ ସବୁ କାମ ହୁଏ ନାହିଁ, ସେଥିପାଇଁ ପ୍ରକ୍ରିୟା ଜାରି ରହିଛି । ଓଡିଶାକୁ ନେଇ ଶାହା ଓ ନଡ୍ଡା ବହୁତ ଚିନ୍ତିତ ବୋଲି କହିଛନ୍ତି । ସେ ସିବିଆଇ ଓ ଇଡିର ତଦନ୍ତ ରାଜ୍ୟରେ ହେବ କି ବୋଲି ପ୍ରଶ୍ନରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ମୁଁ ସିବିଆଇ ଓ ଇଡିର ପ୍ରବକ୍ତା ନୁହେଁ, ଏହା ରାଜନୈତିକ ଅସ୍ତ୍ର ନୁହେଁ । କିନ୍ତୁ ଓଡିଶାକୁ ସିବିଆଇ ଓ ଇଡି ଆସିବାର ନିଶ୍ଚିନ୍ତ ଆବଶ୍ୟକତା ରହିଛି ।




admin 