ମହାଅଭିଯୋଗ ପ୍ରସ୍ତାବ କଥା ଉଠାଲେ ପ୍ରଦୀପ୍ତ , ଜାଣନ୍ତୁ କାହିଁକି

ମହାଅଭିଯୋଗ ପ୍ରସ୍ତାବ କଥା ଉଠାଲେ ପ୍ରଦୀପ୍ତ , ଜାଣନ୍ତୁ କାହିଁକି

 ମହାଅଭିଯୋଗ ପ୍ରସ୍ତାବ କଥା ଉଠାଲେ ପ୍ରଦୀପ୍ତ , ଜାଣନ୍ତୁ କାହିଁକି
ଭୁବନେଶ୍ୱର: ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ କଥା ଚିନ୍ତା କରୁଛୁ । ତେବେ ଆମ ପାଖେ ଆବଶ୍ୟକୀୟ ସଂଖ୍ୟା ନଥିବାରୁ ତୁରନ୍ତ ଆଣିପାରୁନୁ । ଅମାଅଭିଯୋଗ ନେଇ କଂଗ୍ରେସ ଆମକୁ ସମର୍ଥନ କଲେ ଭଲ ହୁଅନ୍ତା ବୋଲି ବୋଲି ରବିବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ କରିଛନ୍ତି ପ୍ରଦୀପ୍ତ ନାୟକ । ଶନିବାର ବିଧାନସଭାରେ ସଂଗଠିତ ସମଗ୍ର ଘଟଣା ପାଇଁ ବାଚସ୍ପତିଙ୍କ ଭୂମିକାକୁ ନେଇ ଶ୍ରୀ ନାୟକ ପ୍ରଶ୍ନ ଉଠାଇବା ସହ କହିଛନ୍ତି ଯେ, ଆମକୁ ପକ୍ଷ ରଖିବାର ସୁଯୋଗ ନଦେଇ କ’ଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା । ବାଚସ୍ପତି ଗୃହରେ ବିରୋଧୀଙ୍କୁ କହିବାର ସୁଯୋଗ ଦେଉନାହାନ୍ତି । ରାଜ୍ୟପାଳଙ୍କୁ ଭେଟି ଅଭିଯୋଗ କରିବୁ । ପାରିତ ବିଲକୁ ମଞ୍ଜୁରି ନଦେବାକୁ ରାଜ୍ୟପାଳଙ୍କୁ ଅନୁରୋଧ କରିବୁ । ବିରୋଧୀଙ୍କୁ ବିଶୃଙ୍ଖଳ ହେବାକୁ ବାଚସ୍ପତି ବାଧ୍ୟ କରୁଛନ୍ତି ବୋଲି ପ୍ରଦୀପ୍ତ ନାୟକ କହିଛନ୍ତି । ସେହିପରି ଶନିବାର ବିନା ଆଲେଶଚନାରେ ବିଧାନସଭାରେ ପାରିତ ବିଲକୁ ଫେରଇ ନେବାକୁ ମୋହନ ମାଝୀ ଦାବି କରିଛନ୍ତି । ପ୍ରକାଶ ଯେ, ଶନିବାର ବାଚସ୍ପତିଙ୍କୁ ଲକ୍ଷ୍ୟ କରି ଚପଲ, ହେଡ଼ଫୋନ ଫିଙ୍ଗିବା ଘଟଣା ବିଜେପିର ତିନି ବିଧାୟକଙ୍କୁ ମହଙ୍ଗା ପଡ଼ିଛି । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଧାୟକମାନେ ଦାବି କରିଥିଲେ । ବିଧାୟକମାନଙ୍କ ଦାବିକୁ ଅନୁଶୀଳନ କରିବା ପରେ ବାଚସ୍ପତି ଗୃହର ଭିଡ଼ିଓ କ୍ଲିପ ମଗାଇ ଦେଖିଥିଲେ । ପରେ ଶାସକ ଦଳ ମୁଖ୍ୟ ସଚେତିକା ପ୍ରମିଳା ମଲ୍ଲିକ ଏକ ମୋସନ ଆଣିବା ସହ ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର, ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ ଓ ବିରୋଧୀ ଦଳ ମୁଖ୍ୟ ସଚେଚକ ମୋହନ ମାଝୀଙ୍କୁ ନିଲମ୍ବିତ କରିବା ପାଇଁ କହିଥିଲେ । ଏନେଇ ବାଚସ୍ପତି ଗୃହରେ ଭୋଟିଂ ଗ୍ରହଣ କରିବା ସହ ତିନି ଜଣଙ୍କୁ ଶନିବାର ସସପେଣ୍ଡ କରିଥିଲେ । ଫଳରେ ଚଳିତ ଅଧିବେଶନରେ ଏହି ୩ ବିଧାୟକ ଗୃହକୁ ଆସିପାରିବେ ନାହିଁ । ଶନିବାର ବିଧାନସଭା ଭଳି ଏକ ପବିତ୍ର ଗୃହରେ ବିଜେପି ବିଧାୟକଙ୍କ ଅଶୋଭନୀୟ ଆଚରଣ ଦେଖିବାକୁ ମିଳିଥିଲା । ବିଧାନସଭାରେ ବିଜେପି ସଦସ୍ୟମାନେ ହୋହାଲ୍ଲା ଓ ହଟ୍ଟଗୋଳ କରିବା ସହ ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚପଲ ଫିଙ୍ଗିଥିଲେ । ଖାଲି ସେତିକି ନୁହେଁ ଇୟର ଫୋନ ଓ କାଗଜ ମଧ୍ୟ ଫିଙ୍ଗିଥିଲେ । ଏସଂକ୍ରାନ୍ତରେ ପୂର୍ବରୁ ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେଯେ, ବିଧାୟକଙ୍କ ପାଇଁ ଆଇନ ତା’ ବାଟରେ ଯିବ, ତାକୁ କେହି ବନ୍ଦ କରିପାରିବେ ନାହିଁ । ବିଜେପି ବିଧାୟକଙ୍କ ଚପଲ ଫିଙ୍ଗା ଘଟଣାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିଜର ପ୍ରତିକ୍ରିୟା ରଖି ଏହା କହିଥିଲେ । ସେ କହିଥିଲେ । ଯେ, ସମସ୍ତ କଥାକୁ ବିଚାର କରୁଛି । ତର୍ଜମା କରୁଛି । ଆଇନ ତା’ ବାଟରେ ଯିବ, କେହି ବନ୍ଦ କରିପାରିବେନି ବୋଲି ବାଚସ୍ପତି ଶ୍ରୀ ପାତ୍ର କହିଥିଲେ ।