ମନରେଗା ଦୁର୍ନୀତିକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ

ମନରେଗା ଦୁର୍ନୀତିକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ

 ମନରେଗା ଦୁର୍ନୀତିକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ

ଭୁବନେଶ୍ୱର: ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଅର୍ଥ ବାଟବଣା ହେଉଛି  ବୋଲି  ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି  ।

 ମନରେଗା ଦୁର୍ନୀତିକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ ।  ବାଟବଣା ହେଉଛି ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଅର୍ଥ ।  ୭ ବର୍ଷରେ କେନ୍ଦ୍ର ଦେଇଛି ୧୬ ହଜାର କୋଟି । କିନ୍ତୁ ଅର୍ଥର ସଠିକ ବିନିଯୋଗ କରିବାରେ ବିଫଳ ଓଡିଶା ସରକାର ।

ଏହା ବିରୋଧରେ ରାଜ୍ୟର ୩୧୪ ବ୍ଲକ ଓ ୬ ହଜାର ପଞ୍ଚାୟତରେ ବିଜେପି ପ୍ରତିବାଦ କରିବ । ୩୧୪ ବ୍ଲକରୁ ୩୧୪ଟି ସାମ୍ପୁଲ ବା ପ୍ରମାଣ ସହ ରାଜ୍ୟପାଳ ଓ କେନ୍ଦ୍ର ପଞ୍ଚାୟତରାଜମନ୍ତ୍ରୀଙ୍କୁ ଦଳ ଭେଟିବ । ଏହାସହ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ହାଇକୋର୍ଟକୁ ଦଳ ଯିବ ବୋଲି କହିଛନ୍ତି  ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।