ବିଜେପି ଉପରେ ବର୍ଷିଲେ ପିସିସିର ପୂର୍ବତନ ସଭାପତି ଜୟଦେବ ଜେନା
ବିଜେପି ଉପରେ ବର୍ଷିଲେ ପିସିସିର ପୂର୍ବତନ ସଭାପତି ଜୟଦେବ ଜେନା
ଭୁବନେଶ୍ବର: ବିଜେପି ଉପରେ ବର୍ଷିଛନ୍ତି ପିସିସିର ପୂର୍ବତନ ସଭାପତି ଜୟଦେବ ଜେନା । ସେ କହିଛନ୍ତି, ବିଜେପି ସଂଗଠନ ଏବେ ଭାଗଭାଗ । ରାଜ୍ୟ ବିଜେପିର ୪- ୫ ଜଣ ନେତା ମାନସିକସ୍ତରରେ ଏକାଠି ନାହାନ୍ତି କି ଏକାଠି ହୋଇପାରିବେନି । ୨୦୧୯ରେ ବିଜେପି ଅର୍ଥ ଓ ବିଭିନ୍ନ ଲୋଭ ଦେଖାଇ କଂଗ୍ରେସର କିଛି ନେତାଙ୍କୁ ନେଇଥିଲା । ସେମାନଙ୍କୁ ନିର୍ବାଚନରେ ବ୍ୟବହାର କଲା। ଯେଉଁମାନେ ବିଜେଡି କି କଂଗ୍ରେସରେ ମିଶି ପାରୁନାହାନ୍ତି, ସେମାନଙ୍କୁ ବିଜେପି ନେଉଛି । ଗିରିଧର ଗମାଙ୍ଗଙ୍କୁ ବିଜେପି ନିର୍ବାଚନରେ ବ୍ୟବହାର କଲା। ତାପରେ ତାଙ୍କୁ ଅପମାନିତ କଲା। ବିଜେପି ୨୦୧୯ରେ ମିଶନ- ୧୨୦ ନାରା ଦେଇଥିଲା । ଏବେ ତାଙ୍କ ସ୍ଥିତି କ’ଣ ବୋଲି ଜୟଦେବ ଜେନା ପ୍ରଶ୍ନ କରିଛନ୍ତି। କଂଗ୍ରେସରୁ ନେତା ନେଇ ବିଜେପି ସଫଳ ହୋଇପାରିବନି ବୋଲି ପିସିସିର ପୂର୍ବତନ ସଭାପତି ଜୟଦେବ ଜେନା କହିଛନ୍ତି ।
ସେହିପରି ବି.ଆର.ଏସ.ରେ ଓଡ଼ିଶା ନେତା ମିଶିବା ନେଇ ସେ କହିଛନ୍ତି, ଓଡ଼ିଶାରେ ପୂର୍ବରୁ ବହୁ ଦଳ ଏପରି ଚେଷ୍ଟା କରିଛନ୍ତି । କିନ୍ତୁ କୌଣସି ପ୍ରଭାବ ପଡ଼ିନାହିଁ ବୋଲି ପିସିସିର ପୂର୍ବତନ ସଭାପତି ଜୟଦେବ ଜେନା କହିଛନ୍ତି ।




admin 