ପୁଣି ଗୁଗୁଲ ଉପରେ ୯୩୬.୪୪ ଜୋରିମାନା, ଜାଣନ୍ତୁ କାହିଁକି

ପୁଣି ଗୁଗୁଲ ଉପରେ ୯୩୬.୪୪ ଜୋରିମାନା, ଜାଣନ୍ତୁ କାହିଁକି

 ପୁଣି ଗୁଗୁଲ ଉପରେ ୯୩୬.୪୪ ଜୋରିମାନା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଅସାଧୁ ବ୍ୟବସାୟିକ ନୀତି ପାଇଁ କମ୍ପିଟିସନ କମିଶନ ଅଫ ଇଣ୍ଡିଆ (ସିସିଆଇ) ଗୁଗୁଲ ଉପରେ ୯୩୬.୪୪ କୋଟି ଟଙ୍କା ଜୋରିମାନା କରିଛନ୍ତି। ସପ୍ତାହେରୁ କମ୍‍ ସମୟ ମଧ୍ୟରେ ଗୁଗଲ ଉପରେ ଏହା ଦ୍ୱିତୀୟ ବୃହତ ଜୋରିମାନା ହୋଇଛି। ଏଥିସହିତ କମ୍ପାନୀ ଅସାଧୁ ବ୍ୟବସାୟିକ କାର୍ୟ୍ୟକଳାପ ତୁରନ୍ତ ବନ୍ଦ କରିବା ଏବଂ ସେଥିରୁ ନିବୃତ୍ତ ରହିବା ସହିତ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ନିରୋଧୀ ପ୍ରସଙ୍ଗଗୁଡିକର ସମାଧାନ କରିବାକୁ ସିସିଆଇ ନିର୍ଦେଶ ଦେିଛି। ସୂଚନାଯୋଗ୍ୟ ଯେ ଚଳିତ ଅକ୍ଟୋବର ୨୦ ତାରିଖରେ ସିସିଆଇ ପକ୍ଷରୁ ଗୁଗଲ୍‍ ଉପରେ ୧୩୩୭.୭୬ କୋଟି ଟଙ୍କା ଜୋରିମାନା କରାଯାଇଥିଲା। ଆଣ୍ଡ୍ରଏଡ ମୋବାଇଲ ହ୍ୟାଣ୍ଡ୍‍ସେଟକୁ ନେଇ ବିଶ୍ୱର ଅନେକ ବଜାରେ ଗୁଗଲ ଆଧିପତ୍ୟ ଜାହିର କରୁଥିବାବେଳେ କମ୍ପାନୀ ସେହି ସ୍ଥିତିର ଅପବ୍ୟବହାର କରୁଥିବା ଅଭିଯୋଗରେ ସିସିଆଇ ଏଭଳି ନିର୍ଦେଶ ଦେବା ସହିତ ଉକ୍ତ କମ୍ପାନୀ ବିଭିନ୍ନ ଅସାଧୁ ବ୍ୟବସାୟିକ କାର୍ୟ୍ୟକଳାପରୁ ଦୂରେଇ ରହିବାକୁ କହିଥିଲା।


ସିସିଆଇ ପକ୍ଷରୁ କୁହାଯାଇଛି ଯେ ପ୍ଲେ ଷ୍ଟୋର ନୀତି ନେଇ ଗୁଗଲ ନିଜ ଆଧିପତ୍ୟର ଦୁରୂପଯୋଗ କରିଥିବାରୁ ତାହା ଉପରେ ୯୩୬.୪୪ କୋଟି ଟଙ୍କା ଜୋରିମାନା କରାଯାଇଛି। ଜୋରିମାନା ସହିତ ସିସିଆଇ କହିଛି ଯେ ଆପ୍‍ ଡେଭଲପରମାନେ କୌଣସି ତୃତୀୟ ପକ୍ଷ ବିଲିଂ/ପେମେଣ୍ଟ ପ୍ରୋସେସିଂ ସେବାକୁ ଆପ୍‍ କ୍ରୟ ନିମନ୍ତେ ବ୍ୟବହାର କରିବା ଉପରେ ଗୁଗଲ କଟକଣା ଲଗାଇବା ଅନୁଚିତ। ନ୍ୟୁଜ କଣ୍ଟେଣ୍ଟ ଏବଂ ସ୍ମାର୍ଟ ଟିଭି ଆଦିକୁ ନେଇ ଗୁଗଲ ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା ନିରୋଧୀ କାର୍ୟ୍ୟଭ୍ୟାସ ସମେତ ଏହା ବିରୋଧରେ ଆସିଥିବା ଅନ୍ୟାନ୍ୟ ଅଭିଯୋଗ ଉପରେ ମଧ୍ୟ ସିସିଆଇ ପକ୍ଷରୁ ତଦନ୍ତ ଜାରି ରହିଛି। ଏହା ପୂର୍ବରୁ ୨୦୧୮ରେ ଭାରତୀୟ ବଜାରରେ ଅନ୍‍ଲାଇନ ସର୍ଚ୍ଚ କ୍ଷେତ୍ରରେ ଅସାଧୁ ବ୍ୟବସାୟିକ କାର୍ୟ୍ୟକଳାପ ପାଇଁ ସିସିଆଇ ଗୁଗଲ ଉପରେ ୧୩୬ କୋଟି ଟଙ୍କା ଜୋରିମାନା କରିଥିଲା।