ନେଟ ଋଣ ପରିମାଣ ୧୮,୪୬୫ କୋଟି ରହିବ : ଅର୍ଥମନ୍ତ୍ରୀ

ନେଟ ଋଣ ପରିମାଣ ୧୮,୪୬୫ କୋଟି ରହିବ : ଅର୍ଥମନ୍ତ୍ରୀ

 ନେଟ ଋଣ ପରିମାଣ ୧୮,୪୬୫ କୋଟି ରହିବ : ଅର୍ଥମନ୍ତ୍ରୀ
ଭୁବନେଶ୍ୱର: ସୋମବାର ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ । କୋଭିଡ ମହାମାରୀ ପରେ ପ୍ରଥମ ଥର ପାଇଁ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାକୁ ଆଗତ କରିଛନ୍ତି । ମୋଟ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ ଆଗତ ହୋଇଛି । ସେଥିରୁ ୧,୨୫,୬୦୦ କୋଟି ଟିକସ ଓ ଅନୁଦାନରୁ ପ୍ରାପ୍ତି ଲକ୍ଷ୍ୟ ରହିଛି । ଋଣରୁ ପ୍ରାୟ ୪୪ ହଜାର ୪୦୦କୋଟି ପ୍ରାପ୍ତି ଲକ୍ଷ୍ୟ ରହିଛି । ତେବେ ନେଟ ପରିମାଣ ୧୮,୪୬୫ କୋଟି ରହିବ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ।