ଦ୍ୱିତୀୟ ଲହର ସବୁଠି ହଇଚଇ କରିଦେଇଥିବାବେଳେ ଆଗକୁ ତୃତୀୟ ଲହର ଆସୁଛି, ଜାଣନ୍ତୁ କେବେ

ଦ୍ୱିତୀୟ ଲହର ସବୁଠି ହଇଚଇ କରିଦେଇଥିବାବେଳେ ଆଗକୁ ତୃତୀୟ ଲହର ଆସୁଛି, ଜାଣନ୍ତୁ କେବେ

 ଦ୍ୱିତୀୟ ଲହର ସବୁଠି ହଇଚଇ କରିଦେଇଥିବାବେଳେ ଆଗକୁ ତୃତୀୟ ଲହର ଆସୁଛି, ଜାଣନ୍ତୁ କେବେ

ଭୁବନେଶ୍ୱର: କରୋନା ଦ୍ୱିତୀୟ ଲହର ସବୁଠି ହଇଚଇ କରିଦେଇଥିବାବେଳେ ଆଗକୁ ତୃତୀୟ ଲହର ଆସୁଛି । ତେବେ ତୃତୀୟ ଲହର କେତେ ବିପଦଯୁକ୍ତ ହେବ ତାକୁ ନେଇ ଏବେ ସବୁଠି ଭୟର ବାତାବାରଣ । ଏହା ଭିତରେ  ଏକ ବଡ଼ ଖବର ଆସିଛି । ତାହା ହେଲା  ତୃତୟ ଲହର ହେବ କି ନାହିଁ ଏବେ କହିହେବନି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । 

ସେ କହିଛନ୍ତି ଯେ, ଡେଲ୍ଟା ପ୍ଲସ ଅଧିକ ସଂକ୍ରାମକ ନୁହେଁ । ମାର୍ଚ୍ଚ ମାସରୁ ଡେଲ୍ଟା ପ୍ଲସ ଭାରିଏଣ୍ଟ ଚିହ୍ନଟ ହେଲାଣି । ଏବେଦେଶରେ ୨୦୦ ଜଣ ଚିହ୍ନଟ ହୋଇଛନ୍ତି ।  ଯଦି ଅଧିକ ସଂକ୍ରାମକ ହେଉଥାନ୍ତା ତେବେ ସଂକ୍ରମଣ ବଢିସାରନ୍ତାଣି ।  ତୃତୀୟ ଲହର ଏବେ ବି ସମ୍ଭାବନାସ୍ତରରେ ଅଛି । ହେବ କି ନାହିଁ କହି ହେବନି ।  ଦ୍ୱିତୀୟ ଲହର ପ୍ରକୋପ କମିଲେ ସୁଦ୍ଧା ଦ୍ରୁତ ଗତିରେ କମିନି । ଜୁଲାଇ ମଧ୍ୟ ବେଳକୁ ସ୍ଥିତି ନିୟନ୍ତ୍ରଣକୁ ଆସିବ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । 

ଅନ୍ୟପକ୍ଷରେ ଜୁଲାଇ ୨ୟ ସପ୍ତାହ ବେଳକୁ ରାଜ୍ୟରେ କରୋନା ସଂକ୍ରମଣ କମିବ ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଧଶ କହିଛନ୍ତି ।  ସେ କହିଛନ୍ତି ଯେ, ବ୍ଲାକ ଫଙ୍ଗସ ଆମକୁ ବିଶେଷ ପ୍ରଭାବିତ କରିନି । କରିବା ସମ୍ଭାବନା ବି କମ ।  ରୋଗ ପ୍ରତିରୋଧକ ଶକ୍ତି କମ ରହିଲେ ଯେକୌଣସି ଫଙ୍ଗସ ଆଟାକ କରିବ ।  ମେ’ ମାସରୁ ଆଜି ଯାଏଁ ଜେନମ ସିକୁ୍ୟଏନ୍ସିଂରେ ଡେଲଟା ପ୍ଲସ ବାହାରିନି ।  ଯେପର୍ଯ୍ୟନ୍ତ କୌଣସି ଅଞ୍ଚଳରେ ଦେଖାଯାଇନାହିଁ ଆମେ ଆତଙ୍କିତ ହେବାନି ।  ‘ବି’ କାଟାଗୋରୀ ଜିଲ୍ଲାରେ ପରିବେଶଜନିତ ସଂକ୍ରମଣ ଥିଲେ ଏହା ବ୍ୟାପିବ ।  ଯେଉଁ ଜାଗାରେ ଲୋକ ମାନୁନାହାନ୍ତି ସେଠି ପ୍ରଶାସନ ସିରିୟସ ଭାବେ ନେଉଛି ।  ରାଜ୍ୟକୁ ଭ୍ୟାକସିନ ଯଥେଷ୍ଟ ଆସୁନଥିବାରୁ ଟିକାକରଣ କରିପାରୁନୁ ।  ବର୍ତ୍ତମାନ ନୂଆ ସିରିୟସ ରୋଗୀଙ୍କ ସଂଖ୍ୟା କମ ଅଛି ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଧଶ କହିଛନ୍ତି ।