ଦେଶର କରୋନା ସ୍ଥିତିର ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
ଦେଶର କରୋନା ସ୍ଥିତିର ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
admin
Apr 17, 2021 - 09:17
Updated: Apr 17, 2021 - 09:17
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସଂକ୍ରମଣ ସ୍ଥିତି ଲଗାତାର ଜଟିଳ ହେବାରେ ଲାଗିଛି । କରୋନା ସଂକ୍ରମଣ ଦେଶବ୍ୟାପୀ ଭୟ ବଢାଇଛି । ଏହାରି ଭିତରେ ଦେଶର କରୋନା ସ୍ଥିତିର ସମୀକ୍ଷା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ । ଏହି ଅବସରରେ ଦେଶରେ ଟିକାର ଅଭାବ ନଥିବା ସେ କହିଛନ୍ତି । ସେହିପରି ରାଜ୍ୟମାନଙ୍କୁ ଭେଣ୍ଟିଲେଟର ପ୍ରଦାନ ନେଇ ମଧ୍ୟ ହର୍ଷବର୍ଦ୍ଧନ ତଥ୍ୟ ରଖିଛନ୍ତି । ଗତ ବର୍ଷ ରାଜ୍ୟମାନଙ୍କୁ ୪୩ ହଜାର ୨୮୮ଟି ଭେଣ୍ଟିଲେଟର ଦେଇଥିଲୁ । ଗତ ୨ ମାସରେ ମହାରାଷ୍ଟ୍ରକୁ ୧୧୨୧ ଓ ୟୁପିକୁ ୧୭୦୦ ଭେଣ୍ଟିଲିଟର ଦେଇଛୁ ବୋଲି ହର୍ଷବର୍ଦ୍ଧନ କହିଛନ୍ତି ।
ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି, “ଦେଶରେ ଆଜି ସକାଳ ପର୍ୟ୍ୟନ୍ତ ୧୪ କୋଟି ୧୫ ଲକ୍ଷରୁ ଅଧିକ ଡୋଜ ଟିକା ଯୋଗାଇ ଦିଆଯାଇଛି। ପ୍ରାୟ ୧୨ କୋଟି ୫୭ ଲକ୍ଷ ୧୮ ହଜାର ଟିକା ବ୍ୟବହାର କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ଏପ୍ରିଲ ୧୬ ପର୍ୟ୍ୟନ୍ତ ୩୦ ଲକ୍ଷରୁ ଅଧିକ ଟିକା ମିଶାଇ ଦେଶରେ ଦିଆଯାଇଥିବା କୋଭିଡ -୧୯ ଟିକା ସଂଖ୍ୟା ୧୨ କୋଟିରେ ପହଞ୍ଚିଛି । ସମୁଦାୟ ୬୬,୬୮୯ କୋଭିଡ ଟିକାକରଣ କେନ୍ଦ୍ର ପରିଚାଳିତ ହେଉଛି । ଦେଶରେ ଦିଆଯାଇଥିବା କୋଭିଡ -୧୯ ଟିକା ସଂଖ୍ୟା ହେଉଛି ୧୧,୯୯,୩୭,୬୪୧ ।
ଏଥିମଧ୍ୟରେ ୯୧,୦୪,୬୮୦ ସ୍ୱାସ୍ଥ୍ୟ କର୍ମୀ ଅଛନ୍ତି, ଯେଉଁମାନେ ଟିକାକରଣର ପ୍ରଥମ ମାତ୍ରା ପାଇଛନ୍ତି ଏବଂ ୫୬,୬୯,୭୩୪ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ଦ୍ୱିତୀୟ ଡୋଜ ଦିଆଯାଇଛି । ଏହା ବ୍ୟତୀତ ଏଠାରେ ୧ କୋଟି ୬ ଲକ୍ଷ ଆଗ ଧାଡିର କର୍ମଚାରୀ ଅଛନ୍ତି ଯେଉଁମାନେ ପ୍ରଥମ ଡୋଜ ପାଇଛନ୍ତି, ଦ୍ୱିତୀୟ ଡୋଜ ଦିଆଯାଇଥିବା ୫୨ ଲକ୍ଷ ୯୫ ହଜାର ଆଗ ଧାଡିର କର୍ମଚାରୀ ଅଛନ୍ତି ।
ପ୍ରକାଶ ଯେ, କରୋନାରେ ରାଜ୍ୟରେ ଆଉ ୨ ଲକ୍ଷ ୩୪ ହଜାର ୬୯୨ ଜଣ ଆକ୍ରାନ୍ତ ହୋଇଛନ୍ତି । ଗୋଟିଏ ଦିନରେ ଏହା ସର୍ବାଧିକ ସଂକ୍ରମଣର ଅଲୋଡ଼ା ରେକଡର଼୍ ସୃଷ୍ଟି କରିଛି । ଫଳରେ ଭାରତର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୪୫ ଲକ୍ଷ ୨୬ ହଜାର ୬୦୯ରେ ପହଁଚିଛି । ସେହିପରି ଗୋଟିଏ ଦିନରେ ୧୩୪୧ କରୋନା ଆକ୍ରାନ୍ତଙ୍କର ମୃତୁ୍ୟ ଘଟିଛି । ଏଯାବତ ଦେଶରେ କରୋନା ୧ ଲକ୍ଷ ୭୩ ହଜାର ୧୫୨ ଜଣଙ୍କର ଜୀବନ ନେଇସାରିଛି ।
ଦିଲ୍ଲୀ ଓ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି । ଦିଲ୍ଲୀରେ ୧୯୪୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୬୩ ହଜାର ୭୨୯ ଜଣ ଆକ୍ରାନ୍ତ ହୋଇଛନ୍ତି ।
ଦେଶରେ କରୋନା ସଂକ୍ରମଣରେ ବେଶୀ ପ୍ରଭାବିତ ହୋଇଥିବା ୫ଟି ରାଜ୍ୟ ହେଉଛି, ମହାରାଷ୍ଟ୍ର (୩୭୦୩୫୮୪), କେରଳ (୧୧୯୭୩୦୧), କର୍ଣ୍ଣାଟକ (୧୧୦୯୬୫୦), ତାମିଲନାଡୁ (୯୬୨୯୩୫) ଓ ଆନ୍ଧ୍ରପ୍ରଦେଶ (୯୪୨୧୩୫) ।
କରୋନା ସଂକ୍ରମଣରେ ବିଶ୍ୱରେ ଏବେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା ପ୍ରଥମ ସ୍ଥାନରେ ରହିଥିବାବେଳେ ଭାରତ ପଛକୁ ରହିଛନ୍ତି ବ୍ରାଜିଲ, ଫ୍ରାନ୍ସ ଓ ଋଷିଆ ।