ଖବର ଶୀର୍ଷରେ ଡ଼ାଇନୋସର୍ ହୋଟେଲ
ଖବର ଶୀର୍ଷରେ ଡ଼ାଇନୋସର୍ ହୋଟେଲ
ଜାପାନ ରାଜଧାନୀ ଟୋକିଓର ପୂର୍ବଭାଗରେ ଥିବା ଏକ ହୋଟେଲ ଏବେ ଖବର ଶୀର୍ଷରେ ଅଛି । ୨୦୧୮ରେ ଖୋଲିଥିବା ଏହି ହୋଟେଲ ‘ଡ଼ାଇନୋସର ହୋଟେଲ ନାମରେ ଜଣାଶୁଣା । ଏହି ହୋଟେଲଟି ଆରମ୍ଭ ଦିନରେ ଭଲ ବ୍ୟବସାୟ କରୁଥିଲା । କିନ୍ତୁ କରୋନା କାରଣରୁ ବ୍ୟବସାୟ ଠପ୍ ହୋଇଯାଇଥିଲା । ଏବେ ସବୁ ସ୍ୱାଭାବିକ ହେବା ପରେ ପୁଣି ଥରେ ଏହି ହୋଟେଲ ଗ୍ରାହକଙ୍କ ସେବାରେ ଲାଗିଛି । ହୋଟେଲର ରିସେପ୍ସନରେ ଗ୍ରାହକ ପହଞ୍ଚି କୌଣସି ତଥ୍ୟ ଜାଣିବାକ ଚାହିଁଲେ, ସାମ୍ନାରୁ ୨ଟି ବଡ଼ବଡ଼ ଡ଼ାଇନୋସର ଆସି ସ୍ୱାଗତ କରିବେ ।
ସେଠାରେ ଲିଖିତ ଭାବେ ଅନୁରୋଧ କରାଯାଇଛି । ଯେ ଭୟଭୀତ ନ ହୋଇ ସେମାନଙ୍କ ସୂଚନା ଭଲରେ ଶୁଣନ୍ତୁ । କାରଣ ରୋବଟ୍ ଚାଳିତ ଡ଼ାଇନୋସର ଗ୍ରାହକଙ୍କୁ କୌଣସି କ୍ଷତି ପହଞ୍ଚାଇବେ ନାହିଁ । ହୋଟେଲ ରିସେପ୍ସନ୍ ପାଖ ଟେବୁଲରେ ଲାଗିଥିବା ସେନସର ଅନୁସାରେ ରୋବଟ୍ ଡ଼ାିନୋସର ପରିଚାଳିତ ହୁଅନ୍ତି । ଇଂରାଜୀ, ଜାପାନୀ, ଚୀନା, କୋରିଆ ଇତ୍ୟାଦି ଭାଷାରେ ଏହି ଡ଼ାଇନୋସର କଥା କୁହନ୍ତି । ଏହା ସହ ହୋଟେଲ ଭୋଜନାଳୟରେ ମଧ୍ୟ ଦୁଇ ଡ଼ାଇନୋସର ଖାଦ୍ୟ ପରଷିଥାନ୍ତି । ଏମାନେ ଗ୍ରାହକଙ୍କ ବିଛଣା ସଜାଡ଼ିବା, ଟିଭିର ଚ୍ୟାନେଲ ପରିବର୍ତ୍ତନ କରିବା ଆଦି ସବୁ କାମ କରିପାରନ୍ତି । ଡ଼ାଇନୋସର ହୋଟେଲରେ ଦିନପିଛା ଭଡ଼ା ୯୦ହଜାର ଟଙ୍କାରୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି ।




admin 