କଂଗ୍ରେସକୁ ଫୋନି ମାଡ଼ିଗଲା: ସୁର

କଂଗ୍ରେସକୁ ଫୋନି ମାଡ଼ିଗଲା: ସୁର

 କଂଗ୍ରେସକୁ ଫୋନି ମାଡ଼ିଗଲା: ସୁର
ଭୁବନେଶ୍ୱର: ଚଳିତ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ସମ୍ପର୍କରେ କଂଗ୍ରସର ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି ଯେ, ଏଥର କଂଗ୍ରେସକୁ ବାତ୍ୟା ଫୋନି ମାଡ଼ିଗଲା । କଂଗ୍ରେସ ଲୋକ ହିଁ କଂଗ୍ରେସ ନେତାଙ୍କୁ ହରାଇଲେ । ଲୋକଙ୍କୁ ଟିକେଟ ଦିଆଯିବା ପରେ ସେମାନେ ଫେରାଇଦେଲେ ବୋଲି ସେ କହିଛନ୍ତି । କଂଗ୍ରସେ ମୋଟ ୯ଟି ଆସନ ଜିତିଛି । ଏହି ୯ଟି ଆସନର ବିଧାୟକମାନଙ୍କୁ ନବଗ୍ରହ ସହ ତୁଳନା କରି ଶ୍ରୀ ରାଉତରାୟ କହିଛନ୍ତି ଯେ, ଆମେ ନବଗ୍ରହ ଏଥର ବିଧାନସଭାରେ ମାତିବୁ । ସରକାର ପଛେଇଲେ ତ୍ୱରାନ୍ୱିତ କରିବୁ, ବିଫଳ ହେଲେ ବିଦା ପାଇଁ ଚେଷ୍ଟା କରିବୁ । ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପୁତ୍ରମୋହ ମତ ଉପରେ ସୁର ରାଉତରାୟ ନିଜ ମତ ରଖି କହିଛନ୍ତି ଯେ, ରାହୁଲଙ୍କ କଥା ଅପ୍ରିୟ ସତ୍ୟ । ଏଣିକି ସମସ୍ତେ ସଜାଗ ହେବେ । ଆର ଥରକୁ ପୁଅକୁ ମିଳିଲେ ବାପକୁ ନାହିଁ ଆଉ ବାପକୁ ମିଳିଲେ ପୁଅକୁ ଟିକେଟ ମିଳିବ ନାହିଁ । ନିରଞ୍ଜନ ପଟ୍ଟନାୟକ ସଭାପତି ରୁହନ୍ତୁ ଓ ନେତା ଭୁବନେଶ୍ୱର ଛାଡ଼ି ନିଜ ନିଜ ନିର୍ବାଚନମଣ୍ଡଳୀ ଯାଆନ୍ତୁ ବୋଲି ସୁର ରାଉତରାୟ କହିଛନ୍ତି ।