ନୟାଗଡ ଓ ରଣପୁରରେ ଆବେଦନ ଖାରଜ

ନୟାଗଡ ଓ ରଣପୁରରେ ଆବେଦନ ଖାରଜ

ନୟାଗଡ ଓ ରଣପୁରରେ ଆବେଦନ ଖାରଜ
ଭୁବନେଶ୍ୱର: ନୟାଗଡ ଓ ରଣପୁରରେ ଦୁଇ ଜଣ ପ୍ରାର୍ଥୀଙ୍କ ଆବେଦନ ଖାରଜ କରିଦେଇଛନ୍ତି କୋର୍ଟ । ନୟାଗଡରେ ଇରାନୀ ରାୟ, ଓ ରଣପୁରରେ ସନ୍ତୋଷ ସାହୁଙ୍କ ଆବେଦନ ଖାରଜ କରାଯାଇଛି । ୮ଟି ବୁଥରେ ରିପୋଲିଂ ପାଇଁ ହୋଇଥିବା ଆବେଦନକୁ ଖାରଜ କଲେ କୋର୍ଟ । ନୟାଗଡରେ ୪ ଏବଂ ରଣପୁରରେ ୪ଟି ବୁଥରେ ରିଗିଂ ଅଭିଯୋଗ ଥିଲା । ଆବେଦନକୁ ଆଗ୍ରାହ୍ୟ କରିବା ସହ ଉଭୟ ପ୍ରାର୍ଥୀଙ୍କୁ ଉପଦେଶ ଦେଇଛନ୍ତି କୋର୍ଟ । କହିଛନ୍ତି ଗଣତି ପରେ ଚାହିଁଲେ ଉଭୟ ପ୍ରାର୍ଥୀ କୋର୍ଟ ଆସିପାରିବେ । ସଂପୃକ୍ତ ୮ଟି ବୁଥରେ ଡକ୍ୟୁମେଂଟ ପ୍ରସ୍ତୁତ ରଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଭୋଟର ରେଜିଷ୍ଟର, ଭିଭିପାଟ ସ୍ଲିପ ପ୍ରସ୍ତୁତ ରଖିବାକୁ ଇସିଆଇଙ୍କୁ ନିର୍ଦ୍ଦେଶ ।