ଓଡିଶାକୁ ୩୪୦ କୋଟିର ଆଗୁଆ ସହାୟତା

ଓଡିଶାକୁ ୩୪୦ କୋଟିର ଆଗୁଆ ସହାୟତା

 ଓଡିଶାକୁ ୩୪୦ କୋଟିର ଆଗୁଆ ସହାୟତା
ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ଫୋନିକୁ ଆଗରେ ରଖି ଆଗରେ ରଖି କେନ୍ଦ୍ର ସରକାର ୪ଟି ରାଜ୍ୟକୁ ଆଗୁଆ ସହାୟତା ରାଶି ଦେଇଛନ୍ତି । ମୋଟ ୧୦୮୬ କୋଟି ଟଙ୍କା ଦିଆଯାଇଥିବା ବେଳେ ଓଡିଶାକୁ ମିଳିଛି ସର୍ବାଧିକ ୩୪୦.୮୭୪ କୋଟି ଟଙ୍କା । ଏହି ସହାୟତା ରାଶି ଗୃହ ମନ୍ତ୍ରଣାଳୟ ଅଧିନରେ ଥିବା ରାଜ୍ୟ ବିପର୍ଯ୍ୟୟ ପ୍ରତିକାର ପାଣ୍ଠି ବା ଏସଡିଆରଏଫ । ଏନେଇ ଜାତୀୟ ସମସ୍ୟା ପରିଚାଳନା କମିଟି ନିଷ୍ପତି ନେବା ପରେ କେନ୍ଦ୍ର ସରକାର ଏହି ସହାୟତା ରାଶି ଅନୁମୋଦନ କରିଛନ୍ତି । ଏହି ସହାୟତା ରାଶିରୁ ଆନ୍ଧ୍ର ପ୍ରଦେଶକୁ ୨୦୦.୨୫ କୋଟି ମିଳିଥିବା ବେଳେ ତାମିଲନାଡୁକୁ ୩୦୯.୩୭୫ କୋଟି ଓ ପଶ୍ଚିମବଙ୍ଗକୁ ୨୩୫.୫୦ କୋଟି ଟଙ୍କା ମିଳିଛି ।