ଏହା ହେଉଛି ଭାରତର ଜାତୀୟ ପରିବା
ଏହା ହେଉଛି ଭାରତର ଜାତୀୟ ପରିବା
ଆମ ଦୈନନ୍ଦିନ ଜୀବନରେ ପରିବା ଖାଇବା ଅତ୍ୟନ୍ତ ଜରୁରୀ ଅଟେ । କିନ୍ତୁ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ପରିବା ନାଁ ଶୁଣିଲେ ଚିଡନ୍ତି, କାରଣ ସେମାନଙ୍କୁ ପରିବା ଖାଇବା ପସନ୍ଦ ହୋଇନଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆମିଷ ଠାରୁ ପରିବାରୁ ଅଧିକ ଭିଟାମିନ୍ ମିଳିଥାଏ । ସେହିଭଳି ଏକ ପରିବା ହେଉଛି କଖାରୁ । ଏହାକୁ ଭାରତର ଜାତୀୟ ପରିବା କୁହାଯାଏ ।
କାରଣ କଖାରୁରୁ କିଛି ଏଭଳି ପୋଷକ ତତ୍ତ୍ୱ ମିଳିଥାଏ ଯାହା ଅନ୍ୟ କୌଣସି ପରିବାରୁ ମିଳେନାହିଁ । ଏଥିରେ ସାଚୁରେଟେଡ ଫ୍ୟାଟ ନଥାଏ, ଯାହା ଦ୍ୱାରା କୋଲଷ୍ଟ୍ରୋଲର ମାତ୍ରା ଶରୀରରେ ଠିକ ରହିଥାଏ । ଏହା ଖାଇବା ହୃଦରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ସହିତ ଏଥିରୁ ମିଳୁଥିବା ଡାଇଟାରୀ ଫାଇବର ପେଟଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ । କଖାରୁରେ ଆ ିଅକ୍ସିଡା ପ୍ରଚୁର ପରିମାଣରେ ଥାଏ । ଏଥିରୁ ମୁଖ୍ୟତଃ ବିଟା କେରୋଟିନ ଓ ଭିଟାମିନ୍ ଏ ମଧ୍ୟ ମିଳିଥାଏ । ଏହା ଖାଇବା ଦ୍ୱାରା ରକ୍ତରେ ଶର୍କରା ପରିମାଣ ଠିକ୍ ରହିଥାଏ ଯାହା ମଧୁମେୟ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । କଖାରୁରେ କିଛି ଏଭଳି ମିନେରାଲ୍ସ ଅଛି ଯାହା ମସ୍ତିଷ୍କର କୋସିକାକୁ ଆରାମ ଦେଇଥାଏ । କଖାରୁ ଜୁସ୍ର ସେବନ ଭରପୁର ମାତ୍ରାରେ କରିବା ଉଚିତ୍ । ଏଥିରୁ ଅଧିକ ମାତ୍ରାରେ ମିଳୁଥିବା ଜିଙ୍କ୍ ଶରୀରକୁ ସରକ୍ଷା ଦେବାରେ କାମ କରିଥାଏ ଓ ଏଥିରେ ଭିଟାମିନ୍ ଏ ଓ ଭିଟାମିନ ସି ଓ ବିଟା କେରାଟିନ ରହିଥିବାରୁ ଏହା ତ୍ୱଚାକୁ ସୁନ୍ଦର କରିବାରେ ସାହାଯ୍ୟ କରେ । ଏହାର ଫେସପ୍ୟାକ ମୁହଁରେ ଲଗାଇବା ଦ୍ୱାରା ମୁଖ ଉଜ୍ୱଳ ହୋଇଥାଏ ।