ଏଥର ପୂଜାରେ ବାଧକ ସାଜିବ ନାହିଁ ବର୍ଷା : ପୂଜାରେ ପାଗ ଶୁଖିଲା ରହିବ

ଏଥର ପୂଜାରେ ବାଧକ ସାଜିବ ନାହିଁ ବର୍ଷା : ପୂଜାରେ ପାଗ ଶୁଖିଲା ରହିବ

 ଏଥର ପୂଜାରେ ବାଧକ ସାଜିବ ନାହିଁ ବର୍ଷା : ପୂଜାରେ ପାଗ ଶୁଖିଲା ରହିବ
ଭୁବନେଶ୍ୱର: ଏଥର ପୂଜାରେ ବାଧକ ସାଜିବ ନାହିଁ ବର୍ଷା। ଆସନ୍ତା ଏକ ସପ୍ତାହ ଯାଏ ପାଗ ଶୁଖିଲା ରହିବା ସହ ବର୍ଷାର ସମ୍ଭାବନା ବହୁତ କମ ଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାଇ ଆସନ୍ତା ଏକ ସପ୍ତାହ ଯାଏ ରାଜ୍ୟରେ ବର୍ଷାର ପରିମାଣ ବହୁତ କମ ଥିବାବେଳେ କେବଳ ଅପରାହ୍ନ ସମୟରେ କେତେକ ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ। ଗତକିଛି ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଏଥର ପୂଜା ବର୍ଷାରେ ଧୋଇ ଜିବାର ସମ୍ଭାବନା ରହିଥିଲା କିନ୍ତୁ ପାଗିପାଗ ବିଭାଗର ସୂଚନା ପରେ ଏଥର ପୂଜା ଜମିବ ବୋଲି ଅନୁମାନ କରାଯାଉଛି।