ଇମ୍ରାନ ଖାଁଙ୍କ ଉପରେ ଗୁଳିମାଡ଼
ଇମ୍ରାନ ଖାଁଙ୍କ ଉପରେ ଗୁଳିମାଡ଼
ଓ୍ବାଜିରାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ଗୁଳିମାଡ଼ ହୋଇଛି । ସେ ଓ୍ବାଜିରାବାଦରେ ରିଅଲ ଫ୍ରିଡମ ରାଲି ( ପ୍ରକୃତ ସ୍ବାଧୀନତା ରାଲି) କରୁଥିବାବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ତାଙ୍କ ଗୋଡ଼ରେ ଗୁଳି ବାଜିବାରୁ ସେ ଆହତ ହୋଇଛନ୍ତି । କିନ୍ତୁ ସେ ବିପଦମୁକ୍ତ ଥିବା ତାଙ୍କ ଦଳ ପିଟିଆଇ ପକ୍ଷରୁ କୁହାଯାଇଛି । ଏହି ଗୁଳିମାଡ଼ରେ ଇମ୍ରାନଙ୍କ ପାଖରେ ଥିବା ପିଟିଆଇ ନେତା ଫୈଜଲ ଜାଭେଦ ବି ଆହତ ହୋଇଛନ୍ତି । ଗୁଳିମାଡ଼ ପରେ ଇମ୍ରାନଙ୍କୁ ତୁରନ୍ତ ଏକ ବୁଲେଟ ପ୍ରୁଫ ଗାଡ଼ି ଭିତରକୁ ନିଆଯାଇଥିଲା ।
ପାକିସ୍ତାନୀ ସମ୍ବାଦପତ୍ର ଜନର ରିପୋର୍ଟ ଅନୁସାରେ ଗୁଳିମାଡ଼ କରିଥିବା ଆତତାୟୀକୁ ଗିରଫ କରାଯାଇଛି । ପଂଜାବର ମୁଖ୍ୟମନ୍ତ୍ରୀ ପରଭେଜ ଇଲାହୀ ଏହି ଘଟଣାର ତଦନ୍ତ ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।ପାକିସ୍ତାନର ବିଭିନ୍ନ ଟିଭି ଚ୍ୟାନେଲରେ ଦେଖାଯାଉଥିବା ଫୁଟେଜ ଅନୁସାରେ ଇମ୍ରାନଙ୍କ ଉପରେ ଗୁଳିମାଡ଼ ହେବା ପରେ ସେ ଆହତ ହୋଇଯାଇଥିଲେ । ଏହା ପରେ ତାଙ୍କୁ ଏକ ଗାଡ଼ି ଭିତରକୁ ନିଆଯାଇଥିଲା ।
ପ୍ରଧାନମନ୍ତ୍ରୀ ପଦ ଛାଡ଼ିବା ପରେ ଇମ୍ରାନ ଖାଁ ନିୟମିତ ଭାବେ ସେନା ଓ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଏହାକୁ ନେଇ ପାକିସ୍ତାନରେ ବିବାଦ ବଢିବାରେ ଲାଗିଛି । ବିଶେଷକରି ସେନା ତାଙ୍କ ଉପରେ କ୍ଷୁବଧ ଥିବା କୁହାଯାଉଛି । ତେବେ ଏହି ଗୁଳିମାଡ଼ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି ।




admin 