ଆମେରିକା ବରଫପାତ ଯୋଗୁଁ ଗଲାଣି ୫୦ ଜୀବନ

ଆମେରିକା ବରଫପାତ ଯୋଗୁଁ ଗଲାଣି ୫୦ ଜୀବନ

 ଆମେରିକା ବରଫପାତ ଯୋଗୁଁ ଗଲାଣି ୫୦ ଜୀବନ


ୱାଶିଂଟନ : ଆମେରିକାରେ ଖ୍ରୀଷ୍ଟମାସ ପୂର୍ବରୁ ‘ବମ୍‌ ସାଇକ୍ଲୋନ’ ଯୋଗୁ ଭୀଷଣ ଥଣ୍ଡା ଜାରି ରହିଛି । ପ୍ରବଳ ବରଫ ଝଡ ଯୋଗୁଁ ଆମେରିକାବାସୀ ବେହାଲ ହୋଇପଡିଛନ୍ତି । ପ୍ରବଳ ବରଫପାତ ଯୋଗୁ ଅନେକ ସହର ଠପ୍‌ ହୋଇଯାଇଛି । ନ୍ୟୁୟର୍କ ସହରରେ ୪୩ ଇଂଚ ବରଫର ମୋଟା ଆସ୍ତରଣ ଜମିଛି । ବିଶେଷ କରି ବୁଫାଲୋ ଅଂଚଳ ଅଧିକ ପ୍ରଭାବିତ ହୋଇଛି । ଏଥିଯୋଗୁଁ ଅଦ୍ୟାବଧି ଅନ୍ୟୂନ ୫୦ଜଣଙ୍କ ଜୀବନ ଗଲାଣି । ନ୍ୟୁୟର୍କ, ନର୍ଥ କାରୋଲିନା, ଭର୍ଜିନିଆ, ଟେନସିରେ ଏାର ଅଧିକ ପ୍ରଭାବ ପଡିଛି । 

୪ ଦିନ ହେଲାଣି ବରଫପାତ ଯୋଗୁ ଚାରିଆଡେ ବରଫମୟ ହୋଇଯାଇଛି । କାନାଡା, ମେକ୍ସିକୋରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । କାନାଡାରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛ । ଆମେରିକାର ଏକାଧିକ ସହରରେ ତାପକାତ୍ରା ବିଯୁକ୍ତ ୪୨କୁ ମଧ୍ୟ ଖସିଯାଇଥିବା ରେକର୍ଡ ହୋଇଛି । 

ଦକ୍ଷିଣପୂର୍ବ, କେନ୍ଦ୍ରୀୟ ପୂର୍ବ ଏବଂ ପୂର୍ବ ଉପକୂଳରେ କିଛି ପ୍ରମୁଖ ସହରରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ବରଫ ଝଡ ଯୋଗୁଁ ୧୩ଟି ରାଜ୍ୟରେ ବିଦ୍ୟୁତ ସେବା ପ୍ରଭାବିତ ହୋଇଛି । ୨ ଲକ୍ଷରୁ ଅଧିକ ଲୋକ ଅନ୍ଧାରରେ ଅଛନ୍ତି । ଲୋକମାନଙ୍କୁ ଶକ୍ତି ସଂରକ୍ଷିତ କରି ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ବୁଫାଲୋ ଅଂଳରେ କାର୍‌ଗୁଡିକ ବରଫ ଭିତରେ ପୋତି ହୋଇଯାଇଛି । ଫଳରେ କାର୍‌ ଭିତରେ ଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ପ୍ରଶାସନ ତରଫରୁ ବରଫ ତଳେ ପୋତି ହୋଇ ରହିଥିବା ଜୀବିତ ଓ ମୃତ ବ୍ୟକ୍ତିଙ୍କ ସନ୍ଧାନ ଜାରି ରହିଛି । ରାସ୍ତାକଡରେ ବରଫର ପାହାଡ ସୃଷ୍ଟି ହୋଇଛି । ଘରୁ ବାହାରିବା ବି ମୁସକିଲ ହୋଇପଡିଛି। ଭୟଙ୍କର ତୁଷାରପାତ, ଥଣ୍ଡା ପବନ ଓ ମାଇନସ୍‌ ତାପମାତ୍ରା ଯୋଗୁଁ ସୋମବାର ୩,୮୦୦ରୁ ଅଧିକ ବିମାନ ଉଡାଣ ବାତିଲ କରାଯାଇଛି ।