ଅବ୍ୟବସ୍ଥା ମଧ୍ୟରେ ଗୁଡଭେଲା ସ୍ୱାସ୍ଥ୍ୟକେନ୍ଦ୍ର
ଅବ୍ୟବସ୍ଥା ମଧ୍ୟରେ ଗୁଡଭେଲା ସ୍ୱାସ୍ଥ୍ୟକେନ୍ଦ୍ର
admin
Dec 19, 2019 - 00:59
Updated: Dec 19, 2019 - 00:59
ଗୁଡ଼ଭେଲା/ତୁଷୁରା - ସରକାର ଗା୍ରମାଞ୍ଚଳରେ ସ୍ୱାସ୍ଥ୍ୟ ଯୋଗେଇ ଦେବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିବାବେଳେ ବଲାଙ୍ଗିର ଜିଳ୍ଳା ର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ଗୁଡ଼ଭେଲା ବ୍ଳକ ମହକୁମାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଜଣେମାତ୍ର ଡ଼ାକ୍ତର ଭରସାରେ ଚାଳିଥିବା ଅଭିଯୋଗ ହେଉଛି । ସରକାର ଗା୍ରମାଞ୍ଚଳ ରେ ଥିବା ଡ଼ାକ୍ତରଖାନା ପରିଷରରେ ରହିବା ପାଇଁ ବାସଗୃହ ସହ ପୋ୍ରତ୍ସାହନ ରାଶି ଯୋଗେଇ ଦେଉଥିବାବେଳେ ଗୁଡ଼ଭେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ, ଜଣେ ଏମବିବିଏସ ଆଉ କିଛି ହାତ ଗଣତି କର୍ମଚାରୀଙ୍କୁ ଛାଡ଼ିଦେଳେ କେହି ରହୁନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ୫ ଜଣ ଏମବିବିଏସ ଡ଼ାକ୍ତର,ତିନୋଟି ବିଶେଷଜ୍ଞ ଡ଼ାକ୍ତର, ତିନୋଟି ଫାର୍ମାସିଷ୍ଟ,ଷ୍ଠାଫ ନର୍ସ ଛଅ ଜଣ,୫ଜଣ ଏଲଏଚଭି ,୬ ଜଣ ସୁଇପର , ୪ଜଣ ଆଟେଡାଣ୍ଟ, କ୍ଲର୍କ ୪ଜଣ ଓ ଦୁଇ ସୁପରଭାଇଜର ଆବଶ୍ୟକତା ରହିଥିବା ବେଳେ ଜଣେ ଏମବିବିଏସ ଡ଼ାକ୍ତର, ଜଣେ ଫାର୍ମାସିଷ୍ଟ, ୨ଜଣ ଷ୍ଠାଫ ନର୍ସ ଜଣ,୨ଜଣଏଲଏଚଭି ,୪ଟି ଜଣ ସୁଇପର , ୨ଜଣ ଆଟେଡାଣ୍ଟ,୨ଜଣ କ୍ଳାର୍କ ଓ ଜଣେ ସୁପରଭାଇଜର ରହିଛନ୍ତି । ଏପରିକି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ବିଭିନ୍ନ ଅଫିସ କାର୍ଯ୍ୟରେ ସମୟ କଟି ଯାଉଥିବା ବେଳେ ଆଉ ଜଣେ ଏମବିବିଏସ ଡାକ୍ତର ରୋଗୀ ସେବା କରିଥାନ୍ତି । କିନ୍ତୁ ଜଣେ ବିବାଦୀୟ ଆୟୁଷ ଡାକ୍ତରଙ୍କୁ ଥାଇଥାନ କରିବା ପାଇଁ ଉକ୍ତ ଏସବିଏସ ଡାକ୍ତର ସୂର୍ଯ୍ୟକାନ୍ତ ମହାପାତ୍ରଙ୍କୁ ଟିଟିଲାଗଡ ଡେପୁଟେସନରେ ଜିଲା ଚିକିସôାଧିକାରୀ ପଠାଇ ଦେଇଛନ୍ତି । ଏହି ଖବର ପ୍ରଚାର ହେବାପରେ ଜନଆନେ୍ଦାଳନ ଦେଖା ଦେଇଥିଲେ ମଧ୍ୟ ଉକ୍ତ ଡାକ୍ତରଙ୍କ ବଦଳରେ କହାକୁ ଦିଆଯାଇ ନଥିବାରୁ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୁମିତ ମେହେର କହନ୍ତି ଯେ,ଡାକ୍ତର ଓ କର୍ମଚାରୀ ଆବଶ୍ୟକତା ରହିଛି କିନ୍ତୁ କଣ କରାଯିବ ଯେତିକି ହେଉଛି ମୁଁ କରୁଛି ବୋଲି କହିଥିଲେ । ଏ ସମ୍ପର୍କରେ ଜିଲା ଚିକିସôାଧିକାରୀ ଦୈତାରୀ ସାହୁଙ୍କୁ ପଚାରିବାରୁ ସେ କହନ୍ତି ଯେ, ଯେଉଁ ଡାକ୍ତରଙ୍କ ଡେପୁଟେସନ ହୋଇଛି ତାଙ୍କୁ ରିଲିଫ କରାଯାଇ ନାହିଁ ସେ ରିଲିଫ ହେଲେ ନୂତନ ଡାକ୍ତର ଯୋଗାଇ ଦିଆଯିବ ବୋଳି କହି ବାକି ଅଭିଯୋଗକୁ ଅସ୍ୱୀକାର କରିବା ସହ କଥାକୁ ଏଡାଇ ଯାଇଥିଲେ । ଏ ନେଇ ବିଭାଗୀୟ ଉଚ୍ଚକତ୍ତୃପକ୍ଷ ଦୃଷ୍ଟିି ଦେଇ ବିହିତ ପଦକ୍ଷେପ ଏବେଠୁ ନ ନେଳେ ଭବିଷ୍ୟତରେ ଗଣ ଆନେ୍ଦାଳନ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ ।