ଅଗଷ୍ଟ ୧୬ରୁ ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସ୍କୁଲ ଯିବେ

ଅଗଷ୍ଟ ୧୬ରୁ ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସ୍କୁଲ ଯିବେ

 ଅଗଷ୍ଟ ୧୬ରୁ ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସ୍କୁଲ ଯିବେ

ଭୁବନେଶ୍ୱର : ସ୍କୁଲ ଓ କଲେଜ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି  । ଉଭୟ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଏହା ଲାଗୁ ହେବ । ପ୍ରଥମେ ଜୁଲାଇ ୨୬ରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ  । ଅଗଷ୍ଟରେ ନବମ ଶ୍ରେଣୀ ପିଲାଙ୍କର ପାଠପଢ଼ା ପାଇଁ ବ୍ୟବସ୍ଥା କରାଯିବ  ।

ଜୁଲାଇ ୨୬ରେ ସ୍କୁଲ ଖୋଲିବା ପାଇଁ ଘୋଷଣା ହୋଇଥିବାବେଳେ କୋଭିଡ଼ ଗାଇଡ଼ଲାଇନ ପାଳନ କରାଯିବ  । ଯଦି ସବୁ ଠିକଠାକ ଚାଲେ ତେବେ ଅଗଷ୍ଟ ୧୬ରୁ ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ ସ୍କୁଲ ଯିବେ  । ସେହିପରି ସେପ୍ଟେମ୍ବର ୧୫ରୁ ଏକାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ପାଇଁ ଯୋଜନା କରାଯିବ ବୋଲି ସଚିବ ଶ୍ରୀ ସାହୁ କହଛନ୍ତି  ।

ଏନେଇ ସୂଚନା ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ  ସତ୍ୟବ୍ରତ ସାହୁ କହିଛନ୍ତିଯେ, ମାଟି୍ରକ ପରୀକ୍ଷା ପାଇଁ ୧୫୧୧୫ ଜଣ ଫର୍ମ ପୂରଣ କରିଛନ୍ତି  । ଗଞ୍ଜାମରୁ ସର୍ବାଧିକ ୧୩୧୫ ଜଣ ଫର୍ମପୂରଣ କରିଥିବାବେଳେ ଦେବଗଡ଼ରେ ସର୍ବନିମ୍ନ ୮୬ ଜଣ ଫର୍ମପୂରଣ କରିଛନ୍ତି  । ୧୮ଟି ଜିଲାରେ ୫୦୦ରୁ କମ ଓ ୧୨ ଜିଲ୍ଲାରେ ୫୦୦ରୁ ଅଧିକ ପିଲା ଆବେଦନ କରିଛନ୍ତି  । ଅଗଷ୍ଟ ୨୨ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ