ISRO ମହାକାଶକୁ ପଠାଇବ ୩୬ ଉପଗ୍ରହ

ISRO ମହାକାଶକୁ ପଠାଇବ ୩୬ ଉପଗ୍ରହ

 ISRO ମହାକାଶକୁ ପଠାଇବ ୩୬ ଉପଗ୍ରହ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଗୁରୁବାର ଦିନ ଏକ ସୂଚନା ଦେଇଛି। ସେ କହିଛି, ବ୍ରିଟେନର ବିଶ୍ୱ ଯୋଗାଯୋଗ ନେଟୱାର୍କ ‘ୱାନ୍ ୱେବ୍’ର ୩୬ ଟି ଉପଗ୍ରହକୁ ନିଜର ସବୁଠୁ ଭାରୀ ଲଞ୍ଚର୍ LVM3 କିମ୍ବା ଲଞ୍ଚ୍ ଭେଇକିଲ୍ ମାର୍କ III ଦ୍ୱାରା ଏହି ମାସର ଶେଷରେ ମହାକାଶକୁ ପଠାଇବ। ‘ୱାନ୍ ୱେବ୍ ଇଣ୍ଡିଆ -୧ ମିସନ୍ / ଏଲଭିଏମ୍୩ ଏମ୍୨’ ଅଧୀନରେ ହେଉଥିବା ୩୬ ଟି ଉପଗ୍ରହର ଏହି ଉତକ୍ଷେପଣ ISRO ର ଏଲଭିଏମ୍୩ କୁ ଗ୍ଲୋବାଲ୍ କମର୍ସିଆଲ୍ ଲଞ୍ଚ ସର୍ଭିସ୍ ମାର୍କେଟ୍‌ରେ ଏଣ୍ଟ୍ରି କରାଇବ। ISRO ର କମର୍ସିଆଲ୍ ଆର୍ମ ‘ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍’ ବ୍ରଡବ୍ୟାଣ୍ଡ ସଂଞ୍ଚାର ଉପଗ୍ରହକୁ ଲୋ ଆର୍ଥ ଅର୍ବିଟ (LEO) ରେ ଲଞ୍ଚ୍ କରିବା ପାଇଁ ୱାନୱେବ୍ ସହିତ ୨ ସେବା ଚୁକ୍ତିନାମା ସ୍ୱାକ୍ଷର କରିଛି।

ISRO ଗୁରୁବାର ଦିନ ଏକ ଟୁଇଟ୍ ଜରିଆରେ କହିଛି, ସେ ୱାନ୍ ୱେବ୍ ସହିତ ଚୁକ୍ତି ଅନୁଯାୟୀ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ କମ୍ପାନୀର ୩୬ ଟି ଉପଗ୍ରହକୁ LVM3 ଦ୍ୱାରା ପୃଥିବୀ ନିମ୍ନ କକ୍ଷପଥରେ ରଖିବ। ଏହି ଲଞ୍ଚ୍ ସହିତ, ୱାନ୍ ୱେବ୍ ଏହାର ‘Gen 1 LEO Constellations’ ଯୋଜନାର ୭୦ ପ୍ରତିଶତରୁ ଅଧିକ ହାସଲ କରିବ। କମ୍ପାନୀର ଏହି ପ୍ରୋଜେକ୍ଟ ହେଉଛି ସରକାର, ବ୍ୟବସାୟ ଏବଂ ସାଧାରଣ ଲୋକଙ୍କୁ ଉଚ୍ଚ ଗତି ସଂଯୋଗ ସେବା ଯୋଗାଇବା।


ISRO ଏହାର ଟ୍ୱିଟର ହ୍ୟାଣ୍ଡେଲରେ ଲଞ୍ଚ ପ୍ରସ୍ତୁତି ବିଷୟରେ ସବିଶେଷ ତଥ୍ୟ ସେୟାର କରିଛି। ଯେଉଁଥିରେ କୁହାଯାଇଛି, ଆଗାମୀ ଦିନରେ ଲଞ୍ଚ ହ୍ୱିକିଲ୍‌ର କ୍ରାୟୋଜେନିକ୍ ଉପର ଷ୍ଟେଜ୍‌ର ଏକୀକରଣ ଏବଂ ୩୬ ଟି ଉପଗ୍ରହ ସହିତ ପେଲୋଡ୍ ଫାଇରିଙ୍ଗ୍ ଶେଷ ହେବ। ଏହି ପ୍ରଜୋକ୍ଟ ଅକ୍ଟୋବର ତୃତୀୟ କିମ୍ବା ଚତୁର୍ଥ ସପ୍ତାହ ସୁଦ୍ଧା ଲଞ୍ଚ ପାଇଁ ପ୍ରସ୍ତୁତ ହେବ। ୱାନ୍ ୱବ୍ – ୬୪୮ LEO ଉପଗ୍ରହର ଏକ ସମୂହ ଦ୍ୱାରା ସଂଞ୍ଚାଳିତ ବିଶ୍ୱସ୍ତରୀୟ ଯୋଗାଯୋଗ ନେଟୱାର୍କ, ଯାହାର ମୁଖ୍ୟାଳୟ ଲଣ୍ଡନରେ ଅବସ୍ଥିତ। ଫେବୃଆରୀ ୨୦୧୯ ରେ ଏହା ପ୍ରତିଷ୍ଠିତ ହୋଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି LEO ଉପଗ୍ରହର ଏକ ସମୂହ ମାଧ୍ୟମରେ ସମଗ୍ର ବିଶ୍ୱରେ ସଂଯୋଗ ଯୋଗାଇବା। ଭାରତୀୟ ଏୟାରଟେଲ ହେଉଛି ୱାନ୍ ୱେବ୍‌ର ଏକ ପ୍ରମୁଖ ନିବେଶକ ଏବଂ ଅଂଶୀଦାର କମ୍ପାନୀ।