୧୦ ହଜାର ‘ଗାନ୍ଧି ଦୂତ’

୧୦ ହଜାର ‘ଗାନ୍ଧି ଦୂତ’

 ୧୦ ହଜାର ‘ଗାନ୍ଧି ଦୂତ’

ମୁମ୍ବାଇ: ସୋସିଆଲ ମିଡିଆରେ କଂଗ୍ରେସ ମିଛ ରାଜନୀତି ଖବର, ଭ୍ରମାତ୍ମକ ତଥ୍ୟ ବିରୋଧରେ ଲଢ଼ିବ କଂଗ୍ରେସ । ହ୍ୱାଟସଆପ, ଫେସବୁକ, ଟ୍ୱିଟର ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆରେ ପ୍ରସାରିତ ଫେକନୁ୍ୟଜ ରୋକିବାକୁ ଆସୁଛନ୍ତି କଂଗ୍ରେସର ‘ଗାନ୍ଧି ଦୂତ’ । ଗାନ୍ଧି ଦୂତ ନାମରେ ୧୦ ହଜାର ସକ୍ରିୟ ସୋସିଆଲ ମିଡିଆ ସଭ୍ୟଙ୍କୁ ନିୟୋଜିତ କରିବାକୁ ଯାଉଛି କଂଗ୍ରେସ । ମହାରାଷ୍ଟ୍ରରେ କଂଗ୍ରେସ ଏଭଳି ଯୋଜନା କରିଛି । ବିଜେପିର ସାଇବର ଟିମ୍ ବିରୋଧରେ ଲଢ଼ିବାକୁ ମହାରାଷ୍ଟ୍ରରେ କଂଗ୍ରେସ ଏଭଳି ଟିମ୍ ଗଠନ କରିବାକୁ ଯାଉଛି । 

  ପିସିସି ସାଧାରଣ ସମ୍ପାଦକ ତଥା ରାଜ୍ୟ କଂଗ୍ରେସର ସୋସିଆଲ ମିଡିଆ ଟିମ୍ ଅଧ୍ୟକ୍ଷ ବିଶାଲ ମୁଟ୍ଟେମୱାର କହିଛନ୍ତି, କେତେକ ରାଜନୈତିକ ଦଳ ସୋସିଆଲ ମିଡିଆ ମାଧ୍ୟମରେ ଦେଶରେ ମିଛ ଖବର ପ୍ରଚାରିତ କରୁଛନ୍ତି । କଂଗ୍ରେସ ଦଳ ଓ କଂଗ୍ରେସ ନେତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରି ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ସୋସିଆଲ ମିଡିଆରେ ପ୍ରଚାର କରାଯାଉଛି । ଆଉ ଏଭଳି କାରସାଦି ଚଳିବନି । ମିଛ କାରଖାନାର ମୁଖା ଖୋଲାଯିବ । ଯେଉଁଠି ମିଛ ଖବର ପୋଷ୍ଟ ହେବ, କଂଗ୍ରେସ ତା’ର ଜବାବ ଦେବ । ସତ ଲୋକଙ୍କ ସାମ୍ନାରେ ରଖିବ । ଏଥିପାଇଁ କଂଗ୍ରେସ ‘ଗାନ୍ଧି ଦୂତ’ଙ୍କୁ ନିୟୋଜିତ କରୁଛି । ପ୍ରତି ନିର୍ବାଚନମଣ୍ଡଳୀରେ ଏମାନେ କାମ କରିବେ । ସେମାନଙ୍କୁ ଗାନ୍ଧିଜୀଙ୍କ ଆଦର୍ଶ ଓ କଂଗ୍ରେସର ସଂସ୍କାର ବାବଦରେ ତାଲିମ ଦିଆଯିବ । ଲୋକଙ୍କ ଭିତରେ ସମ୍ପର୍କ ଯୋଡ଼ିବା ପାଇଁ ସେମାନେ କାମ କରିବେ । ଏହି ଗାନ୍ଧି ଦୂତ କାର୍ଯ୍ୟ କରିବା ପାଇଁ ସ୍ୱେଚ୍ଛାସେବୀମାନଙ୍କର ପରୀକ୍ଷା କରାଯିବ ।