ତୃତିୟ ଦିବସରେ ୨୦ତମ ଚାନ୍ଦିନୀ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ
ତୃତିୟ ଦିବସରେ ୨୦ତମ ଚାନ୍ଦିନୀ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ
admin
Jan 28, 2020 - 13:03
Updated: Jan 28, 2020 - 13:03
ପଦ୍ମପୁର(ନିରଂଜନ ତ୍ରିପାଠୀ) - ଦିର୍ଘ ୧୯ ବର୍ଷରେ ପଦାର୍ପଣ କରି ଚାନ୍ଦିନୀ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଖେଳପଡିଆ ଠାରେ ଆଜି ତୃତିୟ ଦିବସ ରେ ଖୁବ୍ ମଜାଦାର୍ ମୁଡ ରେ ଖେଳ ଚାଲିଛି| ଟୁର୍ଣ୍ଣାମେଣ୍ଟ କୁ ସାଫଲ୍ୟ ମଣ୍ଡିତ କରିବାର ପ୍ରୟାସ ରେ ଆଜିକାର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ବୁକୁରାମୁଣ୍ଡା ପନ୍ଚାୟତ ର ପୂର୍ବତନ ସରପନ୍ଚ ଶ୍ରୀମତି ସଂଗୀତା ସେଠ,ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ ପଦ୍ମପୁର ର ବରିଷ୍ଠ ସାମ୍ବାଦିକ ଶ୍ରୀମାନ୍ ଲାଲ ବିହାରୀ ମିଶ୍ର, ଶ୍ରୀଯୁକ୍ତ ପ୍ରଦିପ୍ତ କୁମାର ଦାଶ ସାମ୍ବାଦିକ ଧରିତ୍ରୀ ପଦ୍ମପୁର, ଶ୍ରୀମାନ୍ ଗଜରାଜସିଂ ପୁଟା ଯୋଗଦାନ କରି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ| ରେନବୋ କ୍ରିକେଟ୍ ଆସୋସିଏସନ୍ ର ସଭାପତି ଶ୍ରୀଯୁକ୍ତ ରମେଶ ଭୋଇ, ସଂପାଦକ ଶ୍ରୀ ରାହୁଲ ବିଶ୍ୱାଳ, ଅଜିତ ବାରିକ, ସୁବାଷ ସାହୁ,କମଲ ସାହୁ ପ୍ରମୁଖ ଅତିଥି ମାନଙ୍କୁ ପୁଷ୍ପଗୁଛ୍ଛ ଦେଇ ସ୍ୱାଗତର ସହ ମନ୍ଚ ଉପରକୁ ପାଛୋଟି ନେଇଥିଲେ| ପାହାଡ ପର୍ବତ ଘେରା ଗ୍ରାମାନ୍ଚଳ ରେ ଦିର୍ଘବର୍ଷ ରୁ ଚାଲିଥିବା ଉକ୍ତ ଟୁର୍ଣ୍ଣାମେଣ୍ଟ ର ଆୟୋଜକ ମଣ୍ଡଳୀ ଙ୍କୁ ଏଭଳି ସୁନ୍ଦର ପ୍ରୟାସ ପାଇଁ ସାଧୁବାଦ ଜଣାଇଥିଲେ|ଗତ ଜାନୁଆରୀ ୨୬ ତାରିଖ ଠାରୁ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଟି ଆସନ୍ତା ୩୦ ତାରିଖ ରେ ଉଦଯାପିତ ହେବ ବୋଲି ଆର୍.ସି.ଏ ର ବରିଷ୍ଠ କର୍ମକର୍ତା ଙ୍କ ଠାରୁ ପ୍ରକାଶ | ପ୍ରତ୍ୟକ ଦିନ ୬ଟି ଦଳ ଙ୍କୁ ନେଇ ଖେଳ ଆରମ୍ଭ ହେବା ସଂଗେସଂଗେ ସମୁଦାୟ ୨୭ ଟି ଦଳ କୁ ସାମିଲ କରା ହୋଇଛି| ପ୍ରତିଦିନ ପର୍ଯାୟକ୍ରମେ ଦଳ ଗୁଡ଼ିକ ତାଙ୍କ ଖେଳ ଦର୍ଶକ ମାନଙ୍କୁ ଦେଖାଇ ତାଙ୍କମାନଙ୍କ ମନକୁ ଆନନ୍ଦ ରେ ବିମୋହିତ କରିପାରୁଛନ୍ତି| ତିନି ନଂ ଟିମ୍ ଭାବରେ ଭେଉଁରିଆ ଦଳ ସେମିଫାଇନାଲ୍ ରେ ଆଜି ପ୍ରବେଶ କରିଛି| ଆଜି ୭ଟି ଦଳ କୁ ନେଇ ଖେଳ ଅନୁଷ୍ଠିତ ହୋଇଥିଲା