ଟି-ଟ୍ୱେଣ୍ଟି, ଆଜି ଅଷ୍ଟ୍ରେଲିଆ-ଭାରତ ଲଢେଇ
ଟି-ଟ୍ୱେଣ୍ଟି, ଆଜି ଅଷ୍ଟ୍ରେଲିଆ-ଭାରତ ଲଢେଇ

ନାଗପୁର: ଆଜି ଘରୋଇ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ଖେଳାଯିବ । ପ୍ରଥମ ମ୍ୟାଚ୍ରେ ପରାଜିତ ହୋଇଥିବା ଘରୋଇ ଦଳ ପାଇଁ ଆଜିର ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ଅନ୍ୟ ପଟରେ ଅଷ୍ଟ୍ରେଲିଆ ମୋହାଲି ପ୍ରଦର୍ଶନକୁ ଦୋହରାଇ ସିରିଜ କବ୍ଜା କରିବାକୁ ଯୋଜନା ପ୍ରସ୍ତୁତ କରିଛି ।ଭାରତୀୟ ପିଚ୍ରେ ଟସ୍ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିଲେ ହେଁ ଉପଯୁକ୍ତ ରଣ କୌଶଳ ଓ ଚତୁର ବୋଲିଂ ବଳରେ ବିଜୟ ସମ୍ଭବ ହୋଇପାରିବ । ଆସନ୍ତା ମାସରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍ ପୂର୍ବରୁ ଭାରତକୁ ସମସ୍ତ ତ୍ରୁଟି ସୁଧାରିବାକୁ ହେବ । ବିଶେଷ କରି ଡେଥ୍ ଓଭର ବୋଲିଂ ବିଫଳତା ଦୂର କରିବା ଭାରତ ପାଇଁ ପ୍ରଥମ କାର୍ୟ୍ୟ ହେବ ।
ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ(ଅଧିନାୟକ), କାମେରନ ଗ୍ରୀନ, ଷ୍ଟିଭେନ ସ୍ମିଥ୍, ଗ୍ଲେନ ମ୍ୟାକ୍ସୱେଲ୍, ଜୋସ ଇଂଲିଶ, ଟିମ ଡେଭିଡ୍, ମାଥ୍ୟୁ ୱେଡ୍, ପ୍ୟାଟ୍ କମିନ୍ସ, ନାଥାନ ଏଲିସ୍, ଆଡାମ ଜାମ୍ପା, ଜୋସ ହାଜେଲଉଡ୍ ।
ଭାରତ: ରୋହିତ ଶର୍ମା(ଅଧିନାୟକ), କେ ଏଲ ରାହୁଲ, ବିରାଟ କୋହଲି, ସୂର୍ୟ୍ୟକୁମାର ଯାଦବ, ରିଷଭ ପନ୍ତ/ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର, ଜଶପ୍ରୀତ ବୁମରା/ଉମେଶ ଯାଦବ, ୟୁଝବେନ୍ଦ୍ର ଚହଲ/ଆର ଅଶ୍ୱିନ ।