ଟିକାକରଣ ପାଇଁ ପୋଲିଓ କାର୍ଯ୍ୟକ୍ରମ ସ୍ଥଗିତ

ଟିକାକରଣ ପାଇଁ ପୋଲିଓ କାର୍ଯ୍ୟକ୍ରମ ସ୍ଥଗିତ

 ଟିକାକରଣ ପାଇଁ ପୋଲିଓ କାର୍ଯ୍ୟକ୍ରମ ସ୍ଥଗିତ
ଭୁବନେଶ୍ୱର:ଟିକାକରଣ ପାଇଁ ପୋଲିଓ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ୧୬ ତାରିଖ ଟିକାକରଣ ୨ରୁ ୩ ଦିନ ପୂର୍ବରୁ ରାଜ୍ୟକୁ ଟିକା ଆସିପାରେ । କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସ୍ଥିର ହୋଇଥିବା ରାଜ୍ୟର ୧୬୦ଟି ସ୍ଥାନରେ ଟିକାକରଣ ହେବ । ୨ଟି ଜାଗାରେ ଟୁ ୱେ କମୁ୍ୟନିକେସନ ବ୍ୟବସ୍ଥା ରହିବ ବୋଲି ନିଦେ୍ର୍ଧଶକ କହିଛନ୍ତି । ଡିଏଚ୍ ସୁନ୍ଦରଗଡ ଓ କ୍ୟାପିଟାଲ ହସ୍ପିଟାଲରେ ଟୁ ୱେ ବ୍ୟବସ୍ଥା ରହିବ । ସିଧାସଳଖ ଏହି ୨ ସ୍ଥାନରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଫିଡବ୍ୟାକ ନେଇପାରିବେ । ଟିକାକରଣ ସୁପରିଚାଳନା ପାଇଁ ଷ୍ଟେଟ ମନିଟରିଂ କମିଟି ଗଠନ ହୋଇଛି । ଟିକାକରଣ ପାଇଁ ୧୭ରୁ ୧୯ ଯାଏଁ ପଲସ୍ ପୋଲିଓ କାର୍ଯ୍ୟକ୍ରମ ସ୍ଥଗିତ କରାଯାଇଛି ।