ଜିଆଇ ମାନ୍ୟତା ମିଳିଳା ଓଡ଼ିଶା ରସଗୋଲାକୁ

ଜିଆଇ ମାନ୍ୟତା ମିଳିଳା ଓଡ଼ିଶା ରସଗୋଲାକୁ

 ଜିଆଇ ମାନ୍ୟତା ମିଳିଳା ଓଡ଼ିଶା ରସଗୋଲାକୁ
ଭୁବନେଶ୍ୱର: ରସଗୋଲା ମାରପିଟରେ ଓଡ଼ିଶା ବିଜୟୀ ଲାଭ କରିଛି । ରସଗୋଲା ଯେମିତି ମିଠା, ଖବର ବି ସେମିତି ମିଠା । ରସଗୋଲାକୁ ନେଇ ପଶ୍ଚିମବଙ୍ଗ ସହ ଲଢେଇରେ ଓଡ଼ିଶା ବାଜି ମାରିନେଇଛି । ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିଛି । ଭାରତ ସରକାରଙ୍କ ଜିଆଇ ରେଜିଷ୍ଟ୍ରେସନ ପକ୍ଷରୁ ଏହି ମାନ୍ୟତା ମିଳିଛି । ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ନେଇ ଚେନ୍ନାଇ ଜିଆଇ ରେଜିଷ୍ଟ୍ରାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।