‘କରୋନା’ ପାଇଁ ବର୍ତିଗଲେ କମଳନାଥ ସରକାର

‘କରୋନା’ ପାଇଁ ବର୍ତିଗଲେ କମଳନାଥ ସରକାର

‘କରୋନା’ ପାଇଁ ବର୍ତିଗଲେ କମଳନାଥ ସରକାର
ଭୋପାଳ : କରୋନା ପାଇଁ ସାମୟିକ ସଂକଟରୁ ବର୍ତି ଯାଇଛନ୍ତି ମଧ୍ୟପ୍ରଦେଶର କମଳନାଥ ସରକାର । କରୋନା ପାଇଁ ମଧ୍ୟପ୍ରଦେଶ ବାଚସ୍ପତି ବିଧାନସଭାକୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ମୁଲତବୀ କରିଦେଇଛନ୍ତି । ଫଳରେ ଆଜି ଆସ୍ଥା ଭୋଟ ପାଇଁ ଦିନ ଧାର୍ଯ୍ୟ ହୋଇଥିଲେବି ତାହା ଅନିଶ୍ଚିତତା ଘେର ଭିତରକୁ ଚାଲିଯାଇଛି । କଂଗ୍ରେସର ୨୨ ବିଧାୟକ ଦଳରୁ ଇସ୍ତଫା ଦେବା ପରେ କମଳନାଥ ସରକାର ସଂଖ୍ୟାଲଘୁ ହୋଇ ପଡ଼ିଥିଲେ । ଅପରପକ୍ଷରେ ସରକାର ଗଢ଼ିବା ପାଇଁ ଅଂଟା ଭିଡ଼ିଥିଲା ବିଜେପି । ବିଜେପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ରାଜ୍ୟପାଳଙ୍କୁ ସାକ୍ଷାତ କରି ଆସ୍ଥା ପରୀକ୍ଷା ପାଇଁ ଦାବି କରିଥିଲେ । ଫଳରେ ସୋମବାର ଆସ୍ଥା ଭୋଟ ପାଇଁ ରାଜ୍ୟପାଳ ନିଦେ୍ର୍ଧଶ ଦେଇଥିଲେ । ଗୋଟିଏ ପଟେ କଂଗ୍ରେସ ନିଜ ପାଖରେ ଶକ୍ତି ଅଛି ବୋଲି ବାହାସ୍ଫୋଟ ମାରୁଥିଲେ ବି ବାସ୍ତବ ସ୍ଥିତି କିନ୍ତୁ ସେଇଆ ନଥିଲା । ଫଳରେ ଆସ୍ଥା ଭୋଟ ଟାଳିବାକୁ କମଳନାଥ ସରକାର ଉଦ୍ୟମ କରୁଥିଲେ । କଙ୍କଡ଼ାକୁ ଗୋଳିପାଣି ସୁହାଇବା ଭଳି କରୋନା ବାହାନାରେ ମଧ୍ୟପ୍ରଦେଶ ବିଧାନସଭାକୁ ମୁଲତବୀ କରି ଦିଆଯାଇଛି ବୋଲି ବିଜେପି ଅଭିଯୋଗ କରିଛି । ଅପରପକ୍ଷରେ ବିଧାନସଭା ମୁଲତବୀକୁ ବିରୋଧ କରି ଶିବରାଜ ସିଂହ ଚୌହ୍ୱାନ ସୁପ୍ରିମକୋର୍ଟ ଯାଇଛନ୍ତି ।