ୱାର୍ଲ୍ଡ ସ୍କିଲସରେ ଓଡ଼ିଶାର ଅଶ୍ୱଥଙ୍କୁ ସ୍ୱର୍ଣ୍ଣ

ୱାର୍ଲ୍ଡ ସ୍କିଲସରେ ଓଡ଼ିଶାର ଅଶ୍ୱଥଙ୍କୁ ସ୍ୱର୍ଣ୍ଣ

ୱାର୍ଲ୍ଡ ସ୍କିଲସରେ ଓଡ଼ିଶାର ଅଶ୍ୱଥଙ୍କୁ ସ୍ୱର୍ଣ୍ଣ
ଭୁବନେଶ୍ୱର : ବିଶ୍ୱରେ ନିଜକୁ ପ୍ରମାଣିତ କରିଛି ‘ସ୍କିଲଡ ଇନ୍ ଓଡ଼ିଶା’ । ରୁଷିଆର କାଜାନ ସହରରେ ଅନୁଷ୍ଠିତ ବିଶ୍ୱ ଦକ୍ଷତା ପ୍ରତିଯୋଗିତା ‘ୱାର୍ଲ୍ଡ ସ୍କିଲସ୍ ୨୦୧୯’ରେ ଦେଶ ପାଇଁ ପ୍ରଥମ ଥର ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଓଡ଼ିଶାର ଏସ୍ ଅଶ୍ୱଥ ନାରାୟଣ । ୨୫ ବର୍ଷୀୟ ଅଶ୍ୱଥ ‘ୱାଟର ଟେକ୍ନୋଲୋଜି’ ବର୍ଗରେ ପ୍ରତିଯୋଗିତା କରି ଏହି ସର୍ବୋଚ୍ଚ ପଦକ ହାସଲ କରିଛନ୍ତି । ଏଥିସହ ୪୫ ଥର ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗୀତା ପ୍ରଥମ ଥର ଭାରତ ସ୍ୱର୍ଣ୍ଣ ହାତେଇଛି । ସି ଭି ରମଣ କଲେଜ ଅଫ ଇଞ୍ଜିନିୟରିଂରୁ ସେ ଇଲୋକ୍ଟ୍ରନିକ୍ସ ଏବଂ ଇନଷ୍ଟୁମେଣ୍ଟେସନ ଇଞ୍ଜିନିୟରିଂରେ ବିଟେକ୍ କରିଛନ୍ତି । ୱାଟର ଟେକ୍ନୋଲୋଜିରେ ପ୍ରତିଯୋଗିତା କରୁଥିବା ୧୧ଟି ରାଜ୍ୟର ପ୍ରତିଦ୍ୱନ୍ଦ୍ୱୀଙ୍କୁ ଅଶ୍ୱଥ ପଛରେ ପକାଇ ଓଡ଼ିଶା ତଥା ଭାରତ ପାଇଁ ଗୌରବ ଆଣିଛନ୍ତି । ଅଶ୍ୱଥଙ୍କ ସ୍ୱର୍ଣ୍ଣ ସମେତ ଭାରତ ମୋଟ ୪ଟି ପଦକ ଜିତିଛି । ୱେବ୍ ଟେକ୍ନୋଲୋଜିରେ କର୍ଣ୍ଣାଟକର ପ୍ରଣବ ଉଦୟ ନୁତାଲପତି ରୌପ୍ୟ ବିଜୟୀ ହୋଇଛନ୍ତି । ସେହିଭଳି ମହାରାଷ୍ଟ୍ରର ଶ୍ୱେତା ରତନପୁରୀ ଓ ସଞ୍ଜୟ ପ୍ରାମାଣିକ ଯଥାକ୍ରମେ ଗ୍ରାଫିକ ଡିଜାଇନ ଟେକ୍ନୋଲୋଜି ଓ ଗହଣା କୌଶଳରେ ବ୍ରୋଞ୍ଜ ଜିତିଛନ୍ତି ।