୫ ବର୍ଷ ବିତିଲା, ରାଉରକେଲାବାସୀ ପାଇଲେ କଣ !

୫ ବର୍ଷ ବିତିଲା, ରାଉରକେଲାବାସୀ ପାଇଲେ କଣ !

୫ ବର୍ଷ ବିତିଲା, ରାଉରକେଲାବାସୀ ପାଇଲେ କଣ !
ରାଉରକେଲା: ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ଛକ ବଜାରରେ ଆଲୋଚନା ଆରମ୍ଭ ହୋଇଛି ଚାହୁଁ ଚାହୁଁ ୫ବର୍ଷ ବିତିଗଲା ଏବେ ଏମଏଲଏ ହେବାଲାଗି ବିଭିନ୍ନ ଦଳରୁ ଲମ୍ବା ତାଲିକା ସୋସିଆଲ ମିଡିଆ ଠାରୁ ପଲିଟିକାଲ ମହଲରେ ଆଲୋଚନା ଯୋର ଧରିଛି, ହେଲେ ବିଗତ ୫ ବର୍ଷ ମଧ୍ୟରେ ରାଉରକେଲା ବାସୀ ପାଇଲେ କ’ଣ ? ତାହା ବୁଦ୍ଧିଜିବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରଥମେ ହିସାବକୁ ନିଆଯାଉ ରାଉରକେଲା ଆରଡିଏକୁ । ଏଠାରେ ନବୀନ ବାବୁ ସାରଦା ନାୟକଙ୍କୁ ଚେୟାରମ୍ୟାନ କରି ବସାଇଥିଲେ । ସେ ସେଠାରେ ମନ୍ତ୍ରୀଙ୍କ ଭଳି ଅଫିସ କରି ବସିଲେ ସିନା, ୨୦ହଜାର ବାସଗୃହ ରାଉରକେଲା ବାସୀଙ୍କୁ ଦେବା ନେଇ ଦେଇଥିବା ପ୍ରତିଶୃତି କେବଳ ପ୍ରତିଶୃତିରେ ରହିଗଲା । ଘର ନା ଯାଗା କିଛି ଲୋକେ ପାଇଲେନି । ଫଳରେ ବାସଗୃହ ସମସ୍ୟା ଜଟିଳ ରୂପ ଧାରଣ କଲାଣି । ସେହିଭଳି ରାଉରକେଲା-କୋଇଡା, ରାଉରକେଲା-ବଣେଇ ରାସ୍ତା ଠାରୁ ସହର ଭିତର ରାସ୍ତା ଘାଟରେ ଖାଲ ହିଁ ଖାଲ । ସରକାରୀ ଡାକ୍ତରଖାନାର କୋଠା ସଂଖ୍ୟା ବଢିଲା, ହେଲେ ଡାକ୍ତର ମିଳିଲେନି । ଶିକ୍ଷକ ଅଭାବ କଥା ନକହିବା ଭଲ । ପୁଲିସ ବିଭାଗରେ ୧୦୦ ଏସଆଇ ପଦବୀ ଖାଲି । ସରକାରୀ ଅଫିସ ଗୁଡିକରେ ବିନା ପିସିରେ କାମ ହେଉ ନାହିଁ । ଭିଜିଲାନ୍ସ କେବଳ ତଳ ତଳିଆଙ୍କୁ ଧରି ଲୋକଙ୍କୁ ହାରକିନ ଦେଖାଉଛି । କଳକାରଖାନା ବନ୍ଦ ହେବାରେ ଲାଗିଛି । ନିଯୁକ୍ତିରେ ଏକ ପ୍ରକାର ଡୋରୀ ବନ୍ଧା ଯାଇଛି । ଖଣି ଖୋଲିଲା ହେଲେ ଚୋର ମାନଙ୍କ ପ୍ରାର୍ଦୁଭାବ କହିଲେ ନସରେ । ଗଲା ଥର ଲୁଟ୍ ର ସାହା କମିଶନ ତଦନ୍ତ କରିଥିଲେ ଏଯାଏ ତାଙ୍କ ରିପୋର୍ଟ କାର୍ଯ୍ୟକାରୀ ହେଲାନି । ୨୩ ଖଣି ମାଲିକ ଜୋରିମାନା ବାବଦ ଅର୍ଥ ପ୍ରଦାନ କଲେନି । ଏଥର ଯେଉଁ ଲୁଟ୍ ହେଉଛି ତାକୁ କେଉଁ କମିଶନ ତଦନ୍ତ କରିବ ତାକୁ ଦେଖିବା କଥା ।କାରଣ ସେ ସମୟର ଚା ଦୋକାନୀ ଓ ଖଣି ଚୋର ଏବେ ବଡ ଖଣି ମାଲିକ ମାନଙ୍କ ଖଣି ଚଳାଇବା ଦାୟିତ୍ୱ ନେଇଛନ୍ତି । ତେଣୁ କେଉଁ ପରିମାଣର ଲୁଟ ଚାଲିଛି ତାହା ଅନୁମାନ କରାଯାଇପାରେ । ସବୁଠୁ ମଜା କଥା ହେଲା ଖଣି ଲୁଟେରା ଓ ତାଙ୍କ ବଡ ଭାଇ ମାନେ ଏବେ କୁଆଡେ ବିଜେଡି ଟିକେଟ ଲାଗି ଲାଇନରେ । ରାଉରକେଲା ସ୍ମାର୍ଟ ସିଟି ହେଲା ଓ ମହାନଗର ହେଲା, ହେଲେ କଚେରୀ ଏରିଆରେ ରାସ୍ତା କଡରେ ଲୋକେ ପରିଶ୍ରା କରୁଛନ୍ତି । ସ୍ତ୍ରୀ ଲୋକ ମାନେ ନାନା ସମସ୍ୟା ଦେଇ ଗତି କରୁଛନ୍ତି, କିନ୍ତୁ ଏସବୁ ଯାଗାରେ ପରିଶ୍ରାଗାର ଗୋଟେ ହୋଇପାରିଲାନି । ବରଂ ଏହାର ବଡ ଅଫିସରଙ୍କ ବାସଗୃହ ମରାମତିରେ ୭୦ ଲକ୍ଷ ଖର୍ଚ୍ଚ ହେବା ନେଇ ଅଭିଯୋଗ ଆସିଛି । ପାଖା ପାଖି ୫୦୦ କୋଟି ପଡି ରହିଛି । ଆରଏସପିର ଅବସରପ୍ରାପ୍ତ କିଛି ଅଫିସରଙ୍କୁ ଆଣି ଏଠାରେ ମାସିକ ୭୦ ହଜାର ଦରମା ଦେଇ ପଡି ରହିଥିବା ଅର୍ଥର ଶ୍ରାଦ୍ଧ ହେଉଛି । ଏବେ ଦେଖିବା କେନ୍ଦ୍ର କଥା ।୨ୟ ବ୍ରାହ୍ମଣୀ ପୋଲ ହେଲାନି କି ଆଇଜିଏଚର ଉନ୍ନତି କରଣ ହେଲାନି । ରାଉରକେଲା ବିସ୍ଥାପିତ ମାନଙ୍କୁ ନ୍ୟାୟ ମିଳିଲାନି । ସେମାନଙ୍କ ପିଲାଙ୍କୁ ଆରଏସପିରେ ଚାକିରୀ ଖଣ୍ଡେ ଲାଗି ଚାହିଁ ବସିଥିଲେ, ତା ବି ହେଲାନି । ରାଉରକେଲାରୁ ଉଡାଜାହଜ ଉଡିବା କଥା ଦିଲ୍ଲୀରେ ରହିଗଲା । ଏହା ଭିତରେ ଦେଖାଗଲା ବିଧାୟକ ଦିଲୀପ ରାୟ, କିଛି ତ କରି ପାରିଲେନି କିନ୍ତୁ ବିଧାୟକ ପଦରୁ ଇସ୍ତଫା ଦେଇ ଚୁପ୍ ବସିଲେ । ମଧ୍ୟବିତ ପରିବାର ତଥା ଟିକସ ଦେଉଥିବା ଲୋକେ ସିନା କିଛି ପାଇଲେନି ହେଲେ ଯୋଜନା ପରେ ଯୋଜନା କିଛିଲୋକଙ୍କ ପାଖକୁ ଦଉଡୁଛି । ଏସବୁକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି କେତେ ବିରୋଧ କରିଛନ୍ତି ତାକୁ ନେଇ ଆଲୋଚନା ଯୋର ଧରିଲାଣି ।