୫ ଦିନିଆ ଦିଲ୍ଲୀ ଗସ୍ତରେ ନବୀନ
୫ ଦିନିଆ ଦିଲ୍ଲୀ ଗସ୍ତରେ ନବୀନ
ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୩୦ତାରିଖରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ସମ୍ମିଳନୀ ହେବ। ଏଥିରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠୁ ୫ଦିନିଆ ଦିଲ୍ଲୀଗସ୍ତରେ ଯାଇଛନ୍ତି । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଯୋଗାଦେବାର କାର୍ଯ୍ର୍ୟକ୍ରମ ରହିଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନ ୧ଟା ୩୦ରେ ମୁଖ୍ୟମନ୍ତ୍ରୀ ଦିଲ୍ଳୀ ଗସ୍ତରେ ଯାଇଛନ୍ତି । ୩୦ତାରିଖରେ ସମ୍ମିଳନୀରେ ଯୋଗଦେବେ । ମେ ୧ରେ କୌଣସି ସରକାରୀ କାର୍ଯ୍ୟକ୍ରମ ନଥିବାବେଳେ ୨ତାରିଖରେ କେନ୍ଦ୍ର ସରକାରଙ୍କ ଅନୁମତି ଅପେକ୍ଷାରେ ଦୀର୍ଘ ଦିନ ହେଲା ପଡି ରହିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବେ । କିଛି କେନ୍ଦ୍ରମନ୍ତ୍ରୀ ମଧ୍ୟ ନବୀନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ୩ତାରିଖ ଅପରାହ୍ନ ୧ଟା ୩୦ରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ଅଛି । ସୂଚନାଯୋଗ୍ୟ ଯେ, ୨୦୧୬ଏପ୍ରିଲ ୨୪ ତାରିଖରେ ଶେଷଥର ପାଇଁ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତିମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ମାସେ ଭିତରେ ନବୀନଙ୍କ ଏହା ଦ୍ଵିତୀୟ ଦିଲ୍ଲୀ ଗସ୍ତ, ଏହାକୁ ନେଇ ରାଜନୀତି ଚର୍ଚ୍ଚା ବଢ଼ିଛି। ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଓ ଜାତୀୟ ରାଜନୀତିକୁ ନେଇ ନବୀନଙ୍କ ଏ ଗସ୍ତରେ କିଛି ସିକ୍ରେଟ ଆଲୋଚନା ଦେଇପାରେ ବୋଲି ଚର୍ଚା ହେଉଛି ।




admin 