୫୫୦ ଗ୍ରାମର ବ୍ରାଉନସୁଗର ସହ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ

୫୫୦ ଗ୍ରାମର ବ୍ରାଉନସୁଗର ସହ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ

୫୫୦ ଗ୍ରାମର ବ୍ରାଉନସୁଗର ସହ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ

ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ବଡ଼ଧରଣର ବ୍ରାଉନସୁଗର ଡିଲର ପର୍ଦ୍ଧାଫାସ ହୋଇଛି ।  ଏକ ଘର ଭିତରୁ ୫୫ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ କରାଯାଇଛି । ଜବତ ବ୍ରାଉନସୁଗରର ଓଜନ ୫୫୦ ଗ୍ରାମ ଜବତ କରାଯାଇଛି ।  ବ୍ରାଉନସୁଗର ସହ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ କରାଯାଇଛି ।  ସହିଦନଗର ଥାନା କେସୁରା ଅଞ୍ଚଳରେ ଏକ ଘର ଭିତରୁ ଏହାକୁ ଜବତ କରାଯାଇଛି । 

ବ୍ରାଉନସୁଗର, ଟଙ୍କା ସହ ଜଣେ ମହିଳା ଓ ଜଣେ ଯୁବକକୁ ପୁଲିସ ଗିରଫ କରିଛି ।  ଏହାଛଡ଼ା ଗୋଟିଏ କାର ଓ ଦୁଇଟି ବାଇକ  ମଧ୍ୟ ପୁଲିସ ଜବତ କରିଛି ।  ଏନେଇ ଟୁଇନ ସିଟି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । 

ଏହି ଅବସରରେ ସେ କହିଛନ୍ତି ଯେ, ବ୍ରାଉନସୁଗର ସହ ଏତେ ପରିମାଣର ଟଙ୍କା ମିଳିବା ସବୁଠୁ ବଡ଼ କଥା ।  ଏହା ପଛରେ କିଛି ଅପରାଧିକ ଷଡ଼ଯନ୍ତ୍ର ଥିବା ସନେ୍ଦହ କରାଯାଉଛି ।  ଜବତ ବ୍ରାଉନସୁଗର ଓ ଦୁଇ ଅଭିଯୁକ୍ତଙ୍କ ଜଳେଶ୍ୱର ଲିଙ୍କ ରହିଛି ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।