୫୦ରେ ଦ୍ୱିତୀୟ ବିବାହ କଲେ ସଚିନ ଶ୍ରଫ୍

୫୦ରେ ଦ୍ୱିତୀୟ ବିବାହ କଲେ ସଚିନ ଶ୍ରଫ୍

ମୁମ୍ବାଇ : ସଚିନ ଶ୍ରଫ୍ ୨୦୦୨ରେ ଟେଲିଜଗତରେ କ୍ୟାରିଅର ଆରମ୍ଭ କଲେ । ଆରମ୍ଭ ଦିନରୁ ଜଣାଶୁଣା ପ୍ରଯୋଜକ ଙ୍କ ସହ କାମ କରିବାର ସୁଯୋଗ ବି ପାଇଲେ । ଟେଲି ଅଭିନେତ୍ରୀ ଜୁହିଙ୍କୁ ୨୦୦୯ ରେ ବିବାହ କଲେ । ଦୁଇ ବର୍ଷ ପରେ କୁନିଝିଅ ସମାଇରା ଜନ୍ମ ହେଲା । ପାରସ୍ପରିକ ବୁଝାମଣା ଠିକ୍ ନ ରହିବାରୁ ୨୦୧୮ରେ ବିବାହ ବିଛେଦ କଥା ଜଣାପଡ଼ିଲା । ଏହା ପର ଠାରୁ ସଚିନ ଗଣମାଧ୍ୟମରୁ ଦୂରେଇ ରହିଲେ । ୫୦ ବର୍ଷିୟ ସଚିନ ନିକଟରେ ପରିବାର ସମ୍ମତିକ୍ରମେ ଦ୍ୱିତୀୟ ବିବାହ କରିଥିବା କଥା ଜଣାପଡ଼ିଛି । ଜୀବନ ପ୍ରତି ବୀତସ୍ଫୁହ ହୋଇପଡ଼ିଥିବା ସଚିନଙ୍କ ଖୁସି ଏବେ କହିଲେ ନ ସରେ ।