୩ ଜିଲ୍ଲାରେ ୬ ନୂଆ କୋଭିଡ ହସ୍ପିଟାଲ

୩ ଜିଲ୍ଲାରେ ୬ ନୂଆ କୋଭିଡ ହସ୍ପିଟାଲ

୩ ଜିଲ୍ଲାରେ ୬ ନୂଆ କୋଭିଡ ହସ୍ପିଟାଲ
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଅତିରିକ୍ତ କୋଭିଡ ହସ୍ପିଟାଲ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏସସିବି ଓ ସରକାରୀ ସହଭାଗିତାରେ ୨ ଟି ଘରୋଇ ହସ୍ପିଟାଲକୁ ମିଶାଇ କଟକରେ ୩ଟି, କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ଭୁବନେଶ୍ୱରରେ ୨ଟି କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରାଯିବ । ଏହା ବ୍ୟତୀତ ଭୁବନେଶ୍ୱରସ୍ଥିତ ଆଦିତ୍ୟ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଶଯ୍ୟା ସମ୍ପ୍ରସାରଣ କରାଯିବ । କଟକ ଏସସିବିର ମେଡିସିନ ବିଲ୍ଲିଂରେ ୧୮୬ ସାଧାରଣ ଶଯ୍ୟା ଓ ୧୪ଟି ଏମଆଇସିୟୁକୁ ମିଶାଇ ୨ ଶହ ଶଯ୍ୟା ରହିବ । ଏହା ସହ ନୂତନ ୨୫ଟି ଆଇସିୟୁ ଶଯ୍ୟା ଓ ପୂର୍ବରୁ ଥିବା ୧୪ଟି ଆଇସିୟୁକୁ ମିଶାଇ ସମୁଦାୟ ୩୯ଟି ଶଯ୍ୟା ରୋଗୀଙ୍କ ପାଇଁ ଉପଲବ୍ଧ ହେବ । ତେବେ ଟ୍ରମା ୟୁନିଟରେ ଥିବା ୭୦ଟି ଶଯ୍ୟା ମେଡିସିନ ୱାର୍ଡ ପାଇଁ ବ୍ୟବହାର କରାଯିବ । ଏଥିସହ ପୁରୁଣା ମେଡିସିନ ବ୍ଲକରେ ଥିବା ୨୫ଟି ଶଯ୍ୟା ଓ ଆରଏସଆଇସିର ୭୦ଟି ଶଯ୍ୟାକୁ ମିଶାଇ ସମୁଦାୟ ୯୫ଟି ଶଯ୍ୟା ମେଡିସିନ ବିଭାଗ ବ୍ୟବହାର କରିପାରିବ ।