୨୪ ଘଣ୍ଟାରେ ୧୦,୨୭୩ ପଜିଟିଭ, ଖୋର୍ଦ୍ଧାରୁ ୩୪୯୬

୨୪ ଘଣ୍ଟାରେ ୧୦,୨୭୩ ପଜିଟିଭ, ଖୋର୍ଦ୍ଧାରୁ ୩୪୯୬

୨୪ ଘଣ୍ଟାରେ ୧୦,୨୭୩ ପଜିଟିଭ, ଖୋର୍ଦ୍ଧାରୁ ୩୪୯୬

ଭୁବନେଶ୍ବର: ମାଡ଼ି ଚାଲିଛି କରୋନା। ରେକର୍ଡ ଭାଙ୍ଗି ଚାଲିଛି ସଂକ୍ରମଣ । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ଆଉ ୧୦,୨୭୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୫୯୬୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ୪୩୧୧ ଜଣ। ଏଥିମଧ୍ୟରୁ ୧୦୬୫ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ଥିବା ଜଣାଯାଇଛି। ଲଗାତର ଦୁଇ ଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ୧୦ ହଜାର ଉପରେ ରହିଛି ।

ଗତ ୨୪ ଘଣ୍ଟାରେ ଚିହ୍ନଟ ମୋଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରେ ସର୍ବାଧିକ ୩୪୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୧୦୪୯, କଟକରୁ ୮୪୪, ସମ୍ବଲପୁରରୁ ୫୨୯, ମୟୂରଭଞ୍ଜରୁ୩୪୦, ବାଲେଶ୍ବରରୁ ୪୫୭, ପୁରୀରୁ ୨୬୯, ଝାରସୁଗୁଡାରୁ ୨୦୨, ବଲାଙ୍ଗୀରରୁ ୧୯୧, ଯାଜପୁରରୁ ୧୪୩, କୋରାପୁଟରୁ ୧୮୬, ଗଞ୍ଜାମରୁ ୫୫, ଜଗତସିଂହପୁର ୧୩୨, ଭଦ୍ରକରୁ ୧୦୨, ରାୟଗଡ଼ାରୁ ୧୮୩, କଳାହାଣ୍ଡିରୁ ୨୦୩, ନବରଙ୍ଗପୁରରୁ ୧୨୫, କେନ୍ଦୁଝରରୁ ୧୧୪, ସୋନପୁରରୁ ୧୩୨, ନୟାଗଡ଼ରୁ ୧୨୧, ଗଜପତିରୁ ୧୨୬, ବରଗଡ଼ରୁ ୧୦୨, ନୂଆପଡାରୁ ୪୫, କେନ୍ଦ୍ରାପଡାରୁ ୭୪, ଢେଙ୍କାନାଳରୁ ୬୯, ଅନୁଗୁଳରୁ ୮୫, କନ୍ଧମାଳରୁ ୨୬, ଦେବଗଡ଼ରୁ ୨୩, ମାଲକାନଗିରିରୁ ୩୦, ବୌଦ୍ଧରୁ ୨୪ ଓ ଷ୍ଟେଟପୁଲରୁ ୭୯୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ୧୪୪୭ ସଂକ୍ରମିତ କରୋନାରୁ ସୁସ୍ଥ ହୋଇଛନ୍ତି ।