୨୩ ସୁଦ୍ଧା ରାଜ୍ୟରୁ ବିଦାୟ ନେବ ମୌସୁମୀ
୨୩ ସୁଦ୍ଧା ରାଜ୍ୟରୁ ବିଦାୟ ନେବ ମୌସୁମୀ
ଭୁବନେଶ୍ୱର: ଲଘୁଚାପ ପ୍ରଭାବ ଦ୍ୱାରା ରାଜ୍ୟରୁ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ଅପସାରଣ କରିପାରି ନାହିଁଫ ୧୧ ଜିଲ୍ଲାରୁ ସମ୍ପୂର୍ଣ୍ଣ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଆଉ କିଛି ଜିଲ୍ଲାରୁ ଆଂଶିକ ପ୍ରତ୍ୟାବର୍ତ୍ତନ କରିଛି । ଲଘୁଚାପ ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସମୁଦ୍ର ମଧ୍ୟରୁ ଜଳୀୟବାଷ୍ପ ପ୍ରବେଶ କରିଥିବାରୁ ମୌସୁମୀ ଫେରିବାରେ ବିଳମ୍ବ ହୋଇଥିଲା । ମୌସୁମୀ ଫେରିବା ପାଇଁ ପାଗ ଅନୁକୂଳ ଥିବାରୁ ଆସନ୍ତା ୨୩ ତାରିଖ ସୁଦ୍ଧା ଉପକୂଳ ଓଡ଼ିଶା ଅର୍ଥାତ ସାରା ଓଡ଼ିଶାରୁ ମୌସୁମୀ ସମ୍ପୂର୍ଣ୍ଣ ଅପସାରଣ କରିଯିବ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ପର୍ଶ୍ବ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ବିହାର ଯାଇ ଦୁର୍ବଳ ହୋଇଯାଇଛି; କିନ୍ତୁ ଲଘୁଚାପ ସହ ଜଡିତ ଘୂର୍ଣ୍ଣିବଳୟ ବିହାର ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନରୁ ୧. କିମି ଉଚ୍ଚତାରେ ବାୟୁମଣ୍ଡଳ ପର୍ୟ୍ୟନ୍ତ ବ୍ୟାପିଛି ।




admin 