୨୧ରୁ ବଢ଼ିବ ଓମ୍‌ଫେଡ୍‌ ଦୁଗ୍ଧର ମୂଲ୍ୟ

୨୧ରୁ ବଢ଼ିବ ଓମ୍‌ଫେଡ୍‌ ଦୁଗ୍ଧର ମୂଲ୍ୟ

୨୧ରୁ ବଢ଼ିବ ଓମ୍‌ଫେଡ୍‌ ଦୁଗ୍ଧର ମୂଲ୍ୟ

ଭୁବନେଶ୍ୱର:  ଓମଫେଡ୍ କ୍ଷୀର ଲାଗି ଏଣିକି ଦେବାକୁ ପଡ଼ିବ ଅଧିକ ପଇସା।  କାରଣ ଆସନ୍ତା ୨୧ ତାରିଖରୁ ଲାଗୁ ହେବ ନୂଆ ଦର । ଓମଫେଡ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ପାଇବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି  ।

ଓମଫେଡ୍ ଦର ବୃଦ୍ଧି ହେବା ଦ୍ୱାରା ୫ଶହ ମିଲିଲିଟର କ୍ଷୀରର ଦାମ ୨୨ ଟଙ୍କାରୁ ବଢି ୨୪ ଟଙ୍କାରେ ବିକ୍ରି କରାଯିବ । ଚାଷୀଙ୍କ ଦାବି ଓ ଦୁଗ୍ଧ ଉତ୍ପାଦନ ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ସଂସ୍ଥା ପକ୍ଷରୁ ଦାମ ବଢାଯାଇଛି । ଓମଫେଡ୍ ଗୋଲ୍ଡ ଓ ପ୍ରିମିୟମ କ୍ଷୀରର ଦର ୫ଶହ ମିଲିଲିଟରକୁ ୨୪ ଟଙ୍କା ରଖାଯାଇଥିବା ବେଳେ, ଟୋନଡ୍ କ୍ଷୀରର ମୂଲ୍ୟ ୨୧ଟଙ୍କା ରଖାଯାଇଛି । ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ସତ୍ତ୍ୱେ ଦୁଇବର୍ଷ ହେଲା ଦରବୃଦ୍ଧି କରାଯାଇନଥିବା ସଂସ୍ଥା ପକ୍ଷରୁ କୁହାଯାଇଛି  ।

ଓମଫେଡର ଚା ସ୍ପେଶାଲ ଦୋକାନୀଙ୍କ ପାଇଁ ଏକ ନୂଆ ପ୍ରକାର ଦୁଗ୍ଧ ବିକ୍ର କରିବାକୁ ଯାଉଛି ଓମଫେଡ୍ । ଏହାର ଦାମ ୫ଶହ ମିଲିଲିଟର ପିଛା ୨୩ ଟଙ୍କା ରଖାଯାଇଥିବା ବେଳେ, ପ୍ରାରମ୍ଭିକ  ପର୍ୟ୍ୟାୟରେ ଏହା ଭୁବନେଶ୍ୱର, କଟକ ଓ ପୁରୀରେ ଉପଲବ୍ଧ ହେବ ।

ଅନ୍ୟପକ୍ଷେ,  ମହଙ୍ଗା ମାଡ଼ରେ ବ୍ୟତିବ୍ୟସ୍ତ ହେଲେଣି ସାଧାରଣ ଲୋକେ । ଦିନକୁ ଦିନ କ୍ରମାଗତ ଭାବରେ ବିଭିନ୍ନ ସାମଗ୍ରୀର ମୂଲ୍ୟ ବଢ଼ିବାରୁ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ପେଟ୍ରୋଲ୍ ଡିଜେଲ୍ ଦର ଠାରୁ ଆରମ୍ଭ କରି ଲେମ୍ୱୁ ଓ ବସ୍ ଭଡ଼ା ପର୍ୟ୍ୟନ୍ତ ସବୁକିଛିର ମୂଲ୍ୟ ଅହେତୁକ ବୃଦ୍ଧି ପାଇପାରେ ଲାଗିଛି । ଏହାର ପ୍ରଭାବ ସାଧାରଣ ଲୋକଙ୍କ ପକେଟ ଉପରେ ପଡ଼ୁଥିବା ବେଳେ ବିଗିଡ଼ି ଯାଉଛି ଘରର ବଜେଟ ।