୨୦୨୧ ମଧ୍ୟଭାଗ ସୁଦ୍ଧା ଗଣଟିକାକରଣ ସମ୍ଭବ ନୁହେଁ: ହୁ

୨୦୨୧ ମଧ୍ୟଭାଗ ସୁଦ୍ଧା ଗଣଟିକାକରଣ ସମ୍ଭବ ନୁହେଁ: ହୁ

୨୦୨୧ ମଧ୍ୟଭାଗ ସୁଦ୍ଧା ଗଣଟିକାକରଣ ସମ୍ଭବ ନୁହେଁ: ହୁ
ଜେନେଭା: ଆସନ୍ତା ବର୍ଷ ମଧ୍ୟ ଭାଗ ସୁଦ୍ଧା ମଧ୍ୟ କୌରସି ବି ପ୍ରଯୁଜ୍ୟ କୋଭିଡ ଟିକାର ବିକ୍ଷିପ୍ତ ଗଣପ୍ରୟୋଗ ସମ୍ଭବ ନୁହେଁ ବୋଲି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ (ହୁ) ର ମୁଖପାତ୍ର ମାର୍ଗାରେଟ ହାରିସ କହିଛନ୍ତି । ଟିକାଟିଏ ନୈଦାନିକ ପରୀକ୍ଷଣରେ ସଫଳତା ହାସଲ କଲେ ମଧ୍ୟ ଏହାର ବ୍ୟାପକ କାର୍ଯ୍ୟଦକ୍ଷତା ଓ ନିରାପତ୍ତା ପରଖିବା ସମୟସାପେକ୍ଷ ହୋଇଥିବାରୁ ଗଣଟିକାକରଣ ବିଳମ୍ବିତ ହୋଇପାରେ ବୋଲି ହାରିସ ଯୁକ୍ତି ବାଢ଼ିଛନ୍ତି । ବର୍ତ୍ତମାନ ସୁଦ୍ଧା ନୈଦାନିକ ପରୀକ୍ଷଣ ପର୍ଯ୍ୟାୟରେ ପହଞ୍ଚିଥିବା କୌଣସି ଗୋଟିଏ ବି କୋଭିଡ ଟିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଧାର୍ଯ୍ୟ କରିଥିବା ନିରାପତ୍ତା ଓ କାର୍ଯ୍ୟଦକ୍ଷତା ମାନକର ୫୦ ପ୍ରତିଶତ ଛୁଇଁପାରିନାହିଁ । ସୁତରାଂ ଏଭଳି ସ୍ଥିତିରେ ଯେତେ ଯିଏ ଦାବି କଲେ ବି କୌଣସି ଟିକାକୁ କିପରି ଗଣମାଧ୍ୟମ ପାଇଁ ଅନୁମତି ଦିଆଯିବ ବୋଲି ସେ ପ୍ରଶ୍ନ କରିଛନ୍ତି । ସୂଚନା ଥାଉ କି, ରୁଷିଆ ନିଜସ୍ୱ ବିକଶିତ ଏକ ଟିକାର ମାତ୍ର ୨ ମାସର ମାନବିକ ପରୀକ୍ଷଣ ପରେ ଗତ ମାସରେ ସାର୍ବଜନୀନ ବ୍ୟବହାର ପାଇଁ ଅନୁମତି ଲୋଡ଼ିବା ପରେ ପାଶ୍ଚାତ୍ୟ ବିଶେଷଜ୍ଞମାନେ ଆପତ୍ତି ଉଠାଇଥିଲେ । ସେହିପରି ଆସନ୍ତା ଅକ୍ଟୋବର ମାସରେ ଶେଷ ଆଡକୁ ଏବଂ ନଭେମ୍ବର ୩ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆଗରୁ ଟିକାକରଣ ପାଇଁ ଏକ ଟିକା ପ୍ରସ୍ତୁତ ହୋଇସାରିଥିବ ବୋଲି ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀମାନେ ଏବଂ ଭେଷଜ କମ୍ପାନୀ ଫାଇଜର ପକ୍ଷରୁ ଘୋଷଣା କରାଯାଇଛି । ମାତ୍ର ୨୦୨୧ ଅଗଷ୍ଟ ପୂର୍ବରୁ ସେଭଳି ଗଣଟିକାକରଣ ଆଶା କରାଯିବା ବୃଥା ବୋଲି ହାରିସ କହିଛନ୍ତି । କାରଣ ବର୍ତ୍ତମାନ ତୃତୀୟ ତଥା ଚୂଡାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଜାରି ରହିଥିବା ଟିକାଗୁଡ଼ିକର ବଳିଷ୍ଠ ଫଳାଫଳ ଆସିବାକୁ ଅଧିକ ସମୟ ଦରକାର ବୋଲି ସେ କହିଛନ୍ତି ।