୧ କୋଟିର ଅଳଙ୍କାର ସହିତ ଦୁଇ ଲୁଟେରା ଗିରଫ

୧ କୋଟିର ଅଳଙ୍କାର ସହିତ ଦୁଇ ଲୁଟେରା ଗିରଫ

୧ କୋଟିର ଅଳଙ୍କାର ସହିତ ଦୁଇ ଲୁଟେରା ଗିରଫ
ନୂଆଦିଲ୍ଲୀ : ୧ କୋଟିର ଅଳଙ୍କାର ସହିତ ଦୁଇ ଜଣ ଲୁଟେରାଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ୍ । ଠକ ଠକ ଗ୍ୟାଙ୍ଗ ନାମରେ ପରିଚିତ ଏହି ଗ୍ୟାଙ୍ଗକୁ ପୋଲିସ୍ ଶୁକ୍ରବାର ଗିରଫ କରିବା ସହିତ ଲୁଟେରାଙ୍କୁ ଗିରଫ କରାଯାଇଛି । ଦୁଇ ଅଭିଯୁକ୍ତ ହେଉଛନ୍ତି ଇନ୍ଦରପୁରୀର ସନ୍ଦୀପ ଏବଂ ମଦନଗିରିର ସନ୍ତୋଷ । ଏକ ସିସିଟିଭି ଫୁଟେଜ୍ ଆଧାରରେ ଉଭୟଙ୍କୁ ଗିରଫ କରିବାର ଜାଲ ବିଛାଇଥିଲା । ଦିଲ୍ଲୀ ଡିସିପି ଅତୁଲ କୁମାର ଠାକୁରଙ୍କ ନେତୃତ୍ୱରେ ଏକ ପୋଲିସ୍ ଟିମ୍ ଛଦ୍ମବେଶରେ ଚଢାଉ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ସନ୍ଦୀପ ପୂର୍ବରୁ ଏକ ୭୦ ଲକ୍ଷ ଟଙ୍କା ଚୋରି ଅଭିଯୋଗରେ ପୋଲିସ୍ ଦ୍ୱାରା ଗିରଫ ହୋଇଥିଲା । ଉଭୟ ଲୁଟେରାଙ୍କ ନିକଟରୁ ପୋଲିସ୍ ୧ କୋଟିରୁ ଅଧିକ ମୁୂଲ୍ୟର ହୀରା ଗହଣା ଜବତ କରିଛି ।