୧୫ ବର୍ଷ ବୟସରେ ଘର ଛାଡ଼ିଥିଲେ କଙ୍ଗନା

୧୫ ବର୍ଷ ବୟସରେ ଘର ଛାଡ଼ିଥିଲେ କଙ୍ଗନା

୧୫ ବର୍ଷ ବୟସରେ ଘର ଛାଡ଼ିଥିଲେ କଙ୍ଗନା
ଲକଡାଉନରେ ଅନେକ ସୋସିଆଲ ମିଡିଆରେ ନିଜର ପୁରୁଣା ଫଟୋ ସେୟାର କରୁଥିବା ବେଳେ କେହି ନିଜର ବିତିଯାଇଥିବା ପୁରୁଣା ଦିନକୁ ମନେ ପକାଇ ସେୟାର କରୁଛନ୍ତି । କଙ୍ଗନା ରାଣାୱତ ଏକ ଭିଡିଓ ସେୟାର କରି ନିଜର ବିତିଲା ଦିନ ଓ ସେତେବେଳେ ତାଙ୍କ ସାମ୍ନାରେ ଥିବା ଆହ୍ୱାନ ବିଷୟରେ କହିଛନ୍ତି । ସେ କହିଛନ୍ତି ଏବେ ଲକଡାଉନ ତାଙ୍କ ପାଇଁ ଖରାପ ସମୟ ନୁହେଁ, ବରଂ ତାଙ୍କୁ ୧୫ ବର୍ଷ ହୋଇଥିବା ବେଳେ ତାଙ୍କ ଜୀବନରେ ଏକ ଖରାପ ସମୟ ଆସିଥିଲା । ଏହି ବୟସରେ ସେ ଘର ଛାଡ଼ି ଦୂରକୁ ପଳେଇଥିଲେ । ଭାବିଥିଲେ ଏବେ ସେ ତାରାମାନଙ୍କୁ ନିଜ ହାତ ମୁଠାରେ ଧରିପାରିବେ । ତାଙ୍କ ସ୍ୱପ୍ନ ମୁତାବକ ସେ ଜଣେ ଫିଲ୍ମ ତାରକା ସିନା ହୋଇଗଲେ କିନ୍ତୁ ଦେଢ଼ ବର୍ଷରୁ ଦୁଇ ବର୍ଷ ମଧ୍ୟରେ ସେ ଡ୍ରଗସ କବଳରେ ପଡ଼ି ଯାଇଥିଲେ । ସେ କହିଛନ୍ତି ଯେ, ଏ ସମୟରେ ମୁଁ ଏମିତି ଲୋକଙ୍କ କବଳରେ ପଡ଼ିଯାଇଥିଲି ଯେଉଁଠି ମୃତ୍ୟୁ ହିଁ କେବଳ ମତେ ରକ୍ଷା କରିପାରିବ ବୋଲି ମନେ ହେଉଥିଲା । ତେବେ ଜଣେ ସାଙ୍ଗ ତାଙ୍କୁ ଆଧ୍ୟାତ୍ମିକ ଦୁନିଆ ଭିତରକୁ ନେବା ପରେ ପରିବର୍ତ୍ତନ ଘଟିଥିଲା । ସେଇ ସାଙ୍ଗ ତାଙ୍କୁ ଯୋଗ ଦୁନିଆକୁ ନେବା ସହ ରାଜଯୋଗ ବହିଟିଏ ଦେଇଥିଲା । ଏହା ପରେ ସେ ସ୍ୱାମୀ ବିବେକାନନ୍ଦଙ୍କୁ ନିଜର ଗୁରୁମାନି ତାଙ୍କ ପ୍ରଦର୍ଶିତ ମାର୍ଗରେ ଚାଲିଥିଲେ । ତେଣୁ ସମସ୍ତେ ନିଜ ସମୟର ସଠିକ ବ୍ୟବହାର କରିବାକୁ ସେ କହିଛନ୍ତି ।