୧୦ ଜିଲ୍ଲାରେ ସଂକ୍ରମଣ କମୁଛି: ମୁଖ୍ୟ ସଚିବ

୧୦ ଜିଲ୍ଲାରେ ସଂକ୍ରମଣ କମୁଛି: ମୁଖ୍ୟ ସଚିବ

୧୦ ଜିଲ୍ଲାରେ ସଂକ୍ରମଣ କମୁଛି: ମୁଖ୍ୟ ସଚିବ
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ରାଜ୍ୟର ୧୦ ଜିଲ୍ଲାରେ ସଂକ୍ରମଣ ସ୍ଥିର ଅଛି ବା କମିବାରେ ଲାଗିଛି । ପ୍ରେସମିଟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି, ୧୦ ଦିନ ହେଲା ଲକଡାଉନରେ ଅଛୁ, ୧୦ଟି ଜିଲ୍ଲାରେ ସଂକ୍ରମଣ କମୁଛି । ୧୦ ଜିଲ୍ଲାରେ ପଜିଟିଭଟି ସ୍ଥିର ଅଛି ବା କମିବାରେ ଲାଗିଛି । ବିଶେଷକରି ଆରମ୍ଭରୁ ଅଧିକ ପ୍ରଭାବିତ ଥିବା ପଶ୍ଚିମ ଓଡିଶାରେ କମୁଛି ।