୧୦୦ କୋଟି ଟିକାକରଣ, ଦେଶବାସୀଙ୍କୁ ମୋଦିଙ୍କ ଅଭିନନ୍ଦନ
୧୦୦ କୋଟି ଟିକାକରଣ, ଦେଶବାସୀଙ୍କୁ ମୋଦିଙ୍କ ଅଭିନନ୍ଦନ
ନୂଆଦିଲ୍ଲୀ: ୧୦୦ କୋଟି ଟିକାକରଣରେ ଭାରତ ଅସାଧାରଣ ଲକ୍ଷ୍ୟ ହାସଲ କରିଛି । ଏ ସଫଳତା ଦେଶବାସୀଙ୍କ ସଫଳତା । ଏଥିପାଇଁ ସବୁ ଦେଶବାସୀଙ୍କୁ ଆଜି ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିସି ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି, ଟିକାକରଣରେ ଇତିହାସରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି ଭାରତ । ନିଜ ସଂକଳ୍ପର ସିଦ୍ଧି ପାଇଁ ପରିଶ୍ରମ ଓ ପରାକାଷ୍ଠା ଆମକୁ ଦେଇଛି ସଫଳତା ।
ସାରା ଦୁନିଆରେ ଭାରତର ଟିକାକରଣକୁ ନେଇ ପ୍ରଶଂସା । ଏହା କେବଳ ସମସ୍ତଙ୍କ ସହଯୋଗ ପାଇଁ ହୋଇପାରିଛି । ଯେତେବେଳେ ଶହେ ବର୍ଷର ବଡ ମହାମାରୀ ଆସିଲା ।
ଏହି ମହାମାରୀ ସହ ଭାରତ ଲଢିପାରିବ ତ ? ଅନ୍ୟ ଦେଶଠୁ ଭାରତ ଭ୍ୟାକସିନ୍ ଆଣିବା ପାଇଁ ଏତେ ଟଙ୍କା କେଉଁଠୁ ଆଣିବ? ଏହିଭଳି ବହୁ ପ୍ରଶ୍ନ ଉଠିଥିଲା । କିନ୍ତୁ ୧୦୦ କୋଟିର ଟିକା କରଣ ସବୁ ପ୍ରଶ୍ନର ଉତ୍ତର ଦେଇଛି । ମହାମାରୀ ଲଢେଇରେ ଜନଭାଗିଦାରୀ ପ୍ରଥମ ଅସ୍ତ୍ର ହୋଇଥିଲା । ଭାରତର ପୁରା ଭ୍ୟାକସିନେସନ୍ ରେ ବୈଜ୍ଞାନିକ ଆଧାରିତ । ସାଇନ୍ସ ବର୍ଣ୍ଣ, ସାଇନ୍ସ ଗିଭେନ୍ ଓ ସାଇନ୍ସ ବେସ୍ ।
ଭ୍ୟାକ୍ସିନ୍ ତିଆରି ହେବାଠୁ ଲଗାଇବା ପର୍ୟ୍ୟନ୍ତ ପୁରା ଅଭିଯାନ ସାଇନ୍ସ ସାମିଲ ଟିକାକରଣରେ ବହୁ ଗୁଡାଏ ଚ୍ୟାଲେଞ୍ଜ ଥିଲା ଆମ ପାଇଁ କିନ୍ତୁ ଦେଶ ଏହି ଚ୍ୟାଲେଞ୍ଜକୁ ଅସାଧାରଣ ସହ ବିଜୟ କରିଛି। ତେବେ ଏଯାଏଁ ବି ସରିନି ମହାମାରୀର ଭୟ। ତଥାପି ଲୋକମନେ ସତର୍କତାର ସହିତ ରହିବାକୁ ହେବ।




admin 