ୟୁକ୍ରେନ ପାଇଁ ନୂଆ କମାଣ୍ଡର ନିଯୁକ୍ତ କଲା ଋଷିଆ

ୟୁକ୍ରେନ ପାଇଁ ନୂଆ କମାଣ୍ଡର ନିଯୁକ୍ତ କଲା ଋଷିଆ

ୟୁକ୍ରେନ ପାଇଁ ନୂଆ କମାଣ୍ଡର ନିଯୁକ୍ତ କଲା ଋଷିଆ

କିବ୍‌ : ୟୁକ୍ରେନରେ ଆକ୍ରମଣ  ଅଭିଯାନ ପାଇଁ ଗତବର୍ଷ ଅକ୍ଟୋବରରେ ଋଷ ନିଯୁକ୍ତ କରିଥିବା କମାଣ୍ଡରଙ୍କୁ ବଦଳାଇ ଦେଇଛି । ନୂଆ କମାଣ୍ଡର ଭାବେ ଜେନେରାଲ ଷ୍ଟାଫ ଭାଲେରି ଗେରାସିମୋଭଙ୍କୁ ନିଯୁକ୍‌ କରିଛି । ଋଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁଙ୍କୁ  ନିଯୁକ୍ତ କରାଯାଇଛି ।  ଉକ୍ତ ନିଯୁକ୍ତି ଫଳରେ ପୂର୍ବରୁ ଏଥିପାଇଁ କାର୍ଯ୍ୟ କରୁଥିବା ଜେନେରାଲ ସର୍ଗେଇ ସୁରୋଭିକିନଙ୍କର ପଦରେ ଅବନତି ହୋଇଛି ।

 ଅନ୍ୟପକ୍ଷରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘନିଷ୍ଠ ଭାବେ ଜଣାଶୁଣା ଘରୋଇ ସୁରକ୍ଷା ସଂସ୍ଥ ୱାଗନନରର ମୁଖ୍ୟ ଭେଭଗେନି ପ୍ରିଗୋଜିନ୍‌ କହିଛନ୍ତି, ସେମାନେ ପୂର୍ବ ୟୁକ୍ରେନର ସୋଲେଦାର ସହରକୁ ସେମାନଙ୍କ ଅକ୍ତିଆରକୁ ନେଇଛନ୍ତି । ଘମାଘୋଟ ଲଢେଇରେ ପ୍ରାୟ୫୦୦ ୟୁକ୍ରେନ ସୈନିକଙ୍କୁ ୱାଗନର ଯବାନମାନେ ନିପାତ କରିଛନ୍ତି ।