ୟୁକ୍ରେନ୍ ଉପର ବେଲାରୁସ ଓ କ୍ରିମିଆର ବି ଆକ୍ରମଣ
ୟୁକ୍ରେନ୍ ଉପର ବେଲାରୁସ ଓ କ୍ରିମିଆର ବି ଆକ୍ରମଣ
ମସ୍କୋ : ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଭିତରେ ଆସିଛି ବଡ଼ ଖବର। ରୁଷିଆ ସହିତ ବେଲାରସୁ ଓ କ୍ରିମିୟ ପକ୍ଷରୁ ମିଳିତ ଭାବେ ୟୁ୍କ୍ରେନ୍ ଉପରେ ଆକ୍ରମଣ କରି ଦେଇଛି। ନିକଟରେ ରୁଷ ଓ ବେଲାରୁସ ମିଶିକି ଯୁଦ୍ଧ ପ୍ରସ୍ତୁତି ଓ ଅଭ୍ୟାସ କରିଥିଲେ। ୟୁକ୍ରେନ୍ ଉପରେ ରୁଷିଆର ୩ ପାର୍ଶ୍ବରେ ଘନଘନ ଆକ୍ରମଣ କରି ଦେଇଛି। ଏହା ମଧ୍ୟରେ ରଷିଆ ପକ୍ଷରୁ ନୌସେନା ଓ ବାୟୁସେନାକୁ ଅଲର୍ଟରେ ରଖାଯାଇଛି। ସ୍ଥଳ ସେନାର ନିର୍ଦେଶ ପରେ ବାୟୁସେନା ଓ ନୌସେନା ଆକ୍ରମଣ କରିବେ। ଏହା ମଧ୍ୟରେ ୟୁକ୍ରେନ୍ର ୨୮ ସୈନ୍ୟ ଠିକଣା ଉପରେ ଆକ୍ରମଣ କରାଯାଇଛି। ରୁଷିଆକୁ ଚେତାବନୀ ଦେବାକୁ ନାଟୋ ଦେଶ ପକ୍ଷରୁ ଜରୁରୀ ବୈଠକ ଡକରା ଦିଆଯାଇଛି। ରୁଷିଆ ସୈନ୍ୟ ପକ୍ଷରୁ ୟୁକ୍ରେନ୍ର ସମସ୍ତ ଏୟାରପୋର୍ଟ ଉପରେ ଟାର୍ଗେଟ୍ କରାଯାଇଛି।
ଅନ୍ୟପକ୍ଷରେ ରୁଷିଆ ରାଷ୍ଟ୍ରପତି ନାଟୋ ସଂଗଠନରେ ଫାଟ ସୃଷ୍ଟି କରିବାକୁ ଉଦ୍ୟମ ଆରମ୍ଭ କଗରିଛି। ୟୁକ୍ରେନ୍ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ତୁର୍କି ସହିତ କଥାବାର୍ତ୍ତା ଆରମ୍ଭ ହୋଇଛି। ରୁଷିଆ ପକ୍ଷରୁ ୟୁକ୍ରେନ୍ ୨୩ ସ୍ଥାନରେ ଘନଘନ ଆକ୍ରମଣ କରାଯାଇଛି। ଏହା ମଧ୍ୟରେ ସକାଳେ ୟୁକ୍ରେନ୍ରେ ବଡ଼ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଲୋକମାନେ ନିଜକୁ ରକ୍ଷା କରିବାକୁ ବଙ୍କର ଭିତରେ ଆଶ୍ରୟ ନେଇଛନ୍ତି। ରଷିଆ ପକ୍ଷରୁ ସମସ୍ତ ବ୍ୟବସାୟିକ ବିମାନ ଉଡ଼ାଣ ବନ୍ଦ କରାଯାଇଛି। ରୁଷିଆ ଏୟାର୍ ସ୍ପେସ୍ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି। ଫଳରେ ଏହା ମଧ୍ୟରେ ଭାରତୀୟ ଛାତ୍ରଙ୍କୁ ଫେରାଇ ଆଣିବାକୁ ୟୁକ୍ରେନ୍ ଯାଇଥିବା ଏୟାର୍ ଇଣ୍ଡିଆ ବିମାନ ଫେରି ଆସିଛି। ହଜାର ହଜାର ବିଦେଶୀ ନାଗରିକ ବିମାନ ବନ୍ଦର ନିକଟରେ ଫସି ରହିଥିବା ଜାଣିବାକୁ ମିଳିଛି । ଅନେକ ଭାରତୀୟ ମଧ୍ୟ ୟୁକ୍ରେନରେ ରହିଛନ୍ତି । ଯୁଦ୍ଧ ପାଇଁ ସବୁ ଦେଶ ନିଜ ନିଜର ନାଗରିକଙ୍କୁ ୟୁକ୍ରେନରୁ ଆଣୁଥିବାବେଳେ ୟୁକ୍ରେନର ଏହି ନିଷ୍ପତି ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି ।




admin 