ୟୁକ୍ରେନ୍ର ଏକାଧିକ ସହର ଉପରେ ରୁଷିଆ ସେନାର ଆକ୍ରମଣ
ୟୁକ୍ରେନ୍ର ଏକାଧିକ ସହର ଉପରେ ରୁଷିଆ ସେନାର ଆକ୍ରମଣ
ମସ୍କୋ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଘୋଷଣା ହୋଇଯାଇଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘୋଷଣା ପରେ ୟୁକ୍ରେନ୍ର ଏକାଧିକ ସହର ଉପରେ ରୁଷିଆ ସୈନ୍ୟ ଆକ୍ରମଣ କରି ଦେଇଛନ୍ତି। ୟୁକ୍ରେନ୍ର କିୱି ଏୟାରପୋର୍ଟକୁ ରୁଷ ସେନା ଦଖଲ କରିଥିବା ଖବର ମିଳିଛି। ଅନ୍ୟପକ୍ଷରେ ଏହାକୁ ନେଇ ଆମେରିକା ଓ ରୁଷିଆ ଖୋଲାଖୋଲି ପରସ୍ପରକୁ ଧମକ ଦେବା ଆରମ୍ଭ କରିଛନ୍ତି। ୟୁକ୍ରେନ୍କୁ ସହାୟତ କରୁଥିବା ଦେଶ ପରିଣାମ ଭୋଗିବେ ବୋଲି ପୁଟିନ୍ ଚେତାବନୀ ଦେଇଛନ୍ତି। ରୁଷ ସୈନ୍ୟମାନେ ଏବେ ୟୁକ୍ରେନ ଭିତରେ ପଶି ଲଢ଼େଇ ଆରମ୍ଭ କରି ଦେଇଛନ୍ତି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ତ୍ରୀବ ଭର୍ତ୍ସନା କରିଛନ୍ତି। ବିଶ୍ବରେ ହେବାକୁ ଯାଉଥିବା ଭୟଙ୍କର ଯୁଦ୍ଧ ପଇଁ ରୁଷ ଉତ୍ତରଦାୟୀ ହେବ ବୋଲି ବାଇଡେନ୍ ଚେତାଇ ଦେଇଛନ୍ତି। ସେହିପରି ପୁତିନ୍ ନାଟୋ ଦେଶକୁ କହିଛନ୍ତି ଆମେ ସବୁପ୍ରକାର ପରିଣାମ ଲାଗି ପ୍ରସ୍ତୁତ ରହିଛୁ। ଅନ୍ୟପକ୍ଷରେ ବାଇଡେନ୍ କହିଛନ୍ତି ମୃତ୍ୟୁ ଓ ଧ୍ବଂସଲୀଳା ଲାଗି ରୁଷ ଦାୟୀ ହେବ।




admin 