ହୋଟେଲ୍ ବିଲ୍ ଭରଣା ପାଇଁ ଗାଡ଼ି ନିଲାମ

ହୋଟେଲ୍ ବିଲ୍ ଭରଣା ପାଇଁ ଗାଡ଼ି ନିଲାମ

ହୋଟେଲ୍ ବିଲ୍ ଭରଣା ପାଇଁ ଗାଡ଼ି ନିଲାମ

ଚଣ୍ଡିଗଡ଼ : ଚଣ୍ଡିଗଡ଼ରେ ହୋଟେଲ୍ ବିଲ୍ ଭରଣା କରିବାର ଏକ ଅଜବ ମାମଲା ସାମ୍ନାକୁ ଆସିଛି । ୨୦୧୮ ମସିହାରେ  ଦୁଇ ଜଣ ଅତିଥି ଅଶ୍ୱିନୀ କୁମାର ଚୋପ୍ରା ଓ ରମଣୀକ ବଂସଲ ବିଳାସମୟ ହୋଟେଲରେ ରହି ୬ ମାସ ଖୁବ୍ ମସ୍ତି କଲେ । ଯେତେବେଳେ ୧୯ ଲକ୍ଷ ବିଲ୍ ଦେବାର ବେଳ ଆସିଲା ,ଉଭୟ ଖସି ପଳେଇବାକୁ ଯୋଜନା କଲେ । ହୋଟେଲର ସିକୁ୍ୟରିଟି ସେମାନଙ୍କୁ କାବୁ କଲା ଓ ବିଲ୍ ଭରିବାକୁ କୁହାଗଲା । ଦୁହେଁ ୬-୬ ଲକ୍ଷ ଟଙ୍କାର ୩ଟି ଚେକ୍ ଦେଇଥିଲେ ମଧ୍ୟ ତାହା ବାଉନ୍ସ ହୋଇଗଲା ।

           ହୋଟେଲ୍ ପ୍ରବନ୍ଧକ ସେମାନଙ୍କ ବିଳାସପୂର୍ଣ୍ଣ ଗାଡ଼ି ଅଡ଼ି ଓ କ୍ରୁଜକୁ ଜବତ କରିନେଲା , ଯାହାର ମୂଲ୍ୟ ୫୮ ଲକ୍ଷ ଟଙ୍କା । ଏହି ଘଟଣାକୁ ୫ ବର୍ଷ ବିତିଯାଇଥିଲେ ମଧ୍ୟ ଉଭୟ ନିଜ ଗାଡ଼ି ନେବାକୁ ଆସିନାହାଁନ୍ତି ।  ଆସନ୍ତା ୧୪ ତାରିଖରେ ଚଣ୍ଡିଗଡ଼ ଇଣ୍ଡଷ୍ଟି୍ରଆଲ ଆଣ୍ଡ୍ ଟୁରିଜିମ୍ ଡେ଼ଭଲପ୍ମେଂଟ କର୍ପୋରେସନ୍ (ସିଆଇଟିସିଓ) ଦୁଇ ଗାଡ଼ିକୁ ନିଲାମ କରିବାକୁ ଘୋଷଣା କରିଛି । ଚଣ୍ଡିଗଡ଼ ପୋଶ୍ ସେକ୍ଟର ୧୭ ରେ ସିଆଇଟିସିଓ ସିବାଲିକ ଭ୍ୟୁ ନାମରେ ଏକ ପଂଚତାରକା ହୋଟେଲର ପରିଚାଳନା କରୁଛି । ଏବେ ଗାଡ଼ିକୁ ବିକ୍ରି କରି ଟଙ୍କା ଭରଣା କରିବାକୁ ହୋଟେଲ୍ ଯୋଜନା କରିଛି ।