ହାତୀ ଆକ୍ରମଣରେ ନାବାଳକ ମୃତ

ହାତୀ ଆକ୍ରମଣରେ ନାବାଳକ ମୃତ

ହାତୀ ଆକ୍ରମଣରେ ନାବାଳକ ମୃତ
ଅନୁଗୁଳ: ଦିନକୁ ଦିନ ବଢିଚାଲିଛି ହାତୀ-ମଣିଷ ଲଢେଇ । ଆଉ ଏଥିରେ ମଣିଷର ଜୀବନ ଅକାଳରେ ଝଡ଼ିପଡ଼ୁଛି । ହାତୀର ଉପସ୍ଥିତିକୁ ବନ ବିଭାଗ ଠାବ କରିବାରେ ବିଫଳ ହେଉଥିବାବେଳେ ଏହାର ପରିମାଣ ଲୋକଙ୍କୁ ଭୋଗିବାକୁ ପଡ଼ୁଛି । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରେଞ୍ଜ ମଣ୍ଡୁଆ ଗ୍ରାମରେ ହାତୀ ଉପଦ୍ରବ ଦେଖାଦେଇଛି । ହାତୀ ଆକ୍ରମଣରେ ଜଣକର ମୃତୁ୍ୟ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ସବୁଠାରୁ ବଡ଼ କଥା ହେଲା ମୃତକ ଜଣକ ଜଣେ ନାବାଳକ । ନାବାଳକର ମୃତୁ୍ୟକୁ ନେଇ ସ୍ଥାନୀୟ ଲୋକ ରାସ୍ତାରୋକ କରିଛନ୍ତି । ଅନ୍ୟପକ୍ଷରେ ଗୁରୁତର ନାବାଳକୁ କଟକ ସ୍ଥାନାନ୍ତର କରାଯାଇଛି ।